Spread the love

ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ଅନୁଗୋଳର ଚିତ୍ର ଶିଳ୍ପୀ ରଜତ ରଞ୍ଜନ ନାଥ । କନ୍ନୁର୍ ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ ଜଣ ବୀର ଯବାନ ମାନଙ୍କ ଫଟୋକୁ ଲଣ୍ଠନ କାଚରେ ଆଙ୍କିଛନ୍ତି ରଜତ । ଲଣ୍ଠନ କାଚରେ ସୁନ୍ଦର ଭାବରେ ଚିତ୍ରଣ କରି ନିଆରା ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ । ପୂର୍ବରୁ ସେ ଗଲୱାନ ଘାଟିରେ ସହିଦ ହୋଇଥିବା ଭାରତର ବୀର ଯବାନମାନଙ୍କର ଚିତ୍ରକୁ ସେ ସୁନ୍ଦର ଭାବରେ ବାଉଁଶ ମାଧ୍ୟମରେ ଚିତ୍ରଣ କରି ନିଆରା ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକ ଲୋଚନଙ୍କୁ ଆସିଥିଲେ । ଏହାଛଡା ଅନ୍ୟ କେତେକ ସାମଗ୍ରୀ ମାଧ୍ୟମରେ ମଧ୍ୟ ବୀର ସହିଦ ଯବାନ ମାନଙ୍କର ଫଟୋକ ସୁନ୍ଦର ଭାବରେ ଚିତ୍ରଣ କରି ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସବୁବେଳେ ସେ ଭାରତ ମାତାର ବୀର ସହିଦ ଯବାନ ମାନଙ୍କ ଉଦେଶ୍ୟରେ କିଛି ନିଆରା ଢଙ୍ଗରେ ଚିତ୍ରଆଙ୍କି ସେଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି । ତ ଚଳିତ ଥର ସେଲଣ୍ଠନରେ ଏଭଳି ଚିତ୍ର ଆଙ୍କି ଭିନ୍ନ ପ୍ରୟାସ କରିଛନ୍ତି ଅନୁଗୁଳ ଜିଲା ର ଯୁବ ଚିତ୍ରଶିଳ୍ପୀ ରଜତ ରଞ୍ଜନ ନାଥ ।

ପିଲାଟି ଦିନରୁ ଚିତ୍ରଶିଳ୍ପୀ ହେବାର ସ୍ୱପ୍ନ କୁ ନିଜ ର ନିଷ୍ଠା ଓ ଅଧ୍ୟବସାୟ ବଳରେ ସାକାର କରିପାରିଛନ୍ତି ରଜତ । ନିଜ ଜେଜେ ବାପା ଙ୍କ ପ୍ରେରଣା ଏଥିପାଇଁ ତାଙ୍କୁ ଜଣେ ସଫଳ ଚିତ୍ରଶିଳ୍ପୀ ହେବା ପାଇଁ ଯୋଗାଇଥିଲା ପ୍ରେରଣା । ଜେଜେ ଙ୍କ ହାତ ରେ ଗଢ଼ା ହେଉଥିବା ଅନେକ ମାଟି ମୂର୍ତ୍ତି କାରିଗରୀ କୁ ଅତି ଛୋଟ ବୟସ ରୁ ନିରୀକ୍ଷିବା ପରେ ନିଜ ହାତର ଯାଦୁ ସେ ଦେଉଥିଲେ ଏକ ବାସ୍ତବ ରୂପ । କେବଳ ଚିତ୍ରଶିଳ୍ପୀ ଭାବେ ନୁହେଁ ବରଂ ଜଣେ ଦକ୍ଷ ଆଡ଼ଭେଂଜର୍ସ ହେବାର ଲକ୍ଷ ରଖି ରଜତ ନିଜ ଜୀବନ ପଥ ରେ ଆଗେଇ ଚାଲିଛନ୍ତି । ଅନେକ ବାଧାବିଘ୍ନ ଓ ଘାତ ପ୍ରତିଘାତ ସତ୍ତ୍ୱେ ତାଙ୍କର ଆଗ୍ରହ ଆଗରେ ସବୁ କିଛି ହାର ମାନିଛି । ନିଜେ ସେନା ରେ ଯୋଗ ଦେବାର ପ୍ରବଳ ଇଛା ରଖୁଥିବା ରଜତ ସଦା ସର୍ବଦା ନିଜ ଚିତ୍ରରେ ଶହୀଦ ଙ୍କୁ ପ୍ରାଥମିକତା ଦେଇ ଥାଆନ୍ତି । ଆଉ ତାଙ୍କର ଏହି କାର୍ଯ୍ୟ ନିଜକୁ ବେଶ ଗୌରବାନ୍ୱିତ ଅନୁଭବ କରନ୍ତି ବୋଲି କୁହନ୍ତି ରଜତ ଙ୍କ ପରିବାର ଲୋକେ ଓ ଗ୍ରାମବାସୀ ବିଭିନ୍ନ ଘଟଣା ବଳି ଉପରେ ଉତ୍କୃଷ୍ଟ ଚିତ୍ର ଆଙ୍କି ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ରେ ଚିତ୍ରଶିଳ୍ପୀ ରଜତ ।

Leave a Reply

Your email address will not be published. Required fields are marked *