Spread the love

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଅନୁଗୋଳ ସହରରେ ଥିବା ରୋଟାରୀ ପବ୍ଲିକ ସ୍କୁଲ (Rotary School) ବିରୁଦ୍ଧରେ ଅଭିଯୋଗ ।ବିଦ୍ୟାଳୟ ରେ ପଢୁଥିବା ସଂଗୀତା ଗୁପ୍ତା ଙ୍କ ତିନି ଦୁଇ ପୁଅ ଓ ଗୋଟିଏ ଝିଅ କୁ ସ୍କୁଲ ରୁ ବାହାର କରିଦେଇଛନ୍ତି ରୋଟାରୀ ସ୍କୁଲ କର୍ତ୍ତୃପକ୍ଷ। କୋଭିଡ ସମୟରେ ସ୍କୁଲ ବନ୍ଦ ଥିବା ବେଳେ ପିଲା ମାନେ ଘରେ ରହି ଅନ ଲାଇନ ରେ ପାଠ ପଡ଼ୁଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ସଂଗୀତା ଗୁପ୍ତା ଙ୍କ ତିନି ଛୁଆ ,ନର୍ସରି, ଷ୍ଟାଂଡଡ଼ ୱାନ ଓ ଚତୁର୍ଥ ଶ୍ରେଣୀ ରେ ପାଠ ପଢ଼ନ୍ତି। କିନ୍ତୁ ଠିକ ସମୟ ଫିସ ନ ଦେବାରୁ ସ୍କୁଲ କର୍ତ୍ତୃପକ୍ଷ ସେମାନକୁ ବାହାର କରିଦେଇଛନ୍ତି।ସଂଗୀତା ଙ୍କ ସ୍ୱାମୀ ଫେରି କରି ପରିବାର ପୋଶାନ୍ତି କିନ୍ତୁ ତାଲା ବନ୍ଦ ବେଳ ରୋଜଗାର ହରାଇ ଥିବାରୁ ସେ ଫିସ ଦେଇ ପାରି ନଥିଲେ। ପର୍ଯ୍ୟାୟ କ୍ରମେ ଫିସ ଟଙ୍କା ଦେଇ ଦେବାକୁ କହିଥିଲେ ବି କର୍ତ୍ତୃପକ୍ଷ ତାଙ୍କ କଥା ଶୁଣିନଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକେ ଜିଲା ଅଭିଭାବକ ସଂଘ କୁ ଜଣାଇବା ପରେ ଆଜି ଏନେଇ ଜିଲା ଶିକ୍ଷା ଅଧିକାରୀ ଙ୍କ ନିକଟରେ ସ୍କୁଲ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଙ୍କ ନିର୍ଦେଶ ନାମା ଓ ହାଇ କୋର୍ଟ ଙ୍କ ନିର୍ଦେଶ କୁ ସ୍କୁଲ କର୍ତ୍ତୃପକ୍ଷ ବେଖାତିର କରିଥିବା ଅଭିଯୋଗ କରିଛନ୍ତି। କୋରନା ବେଳେ ରୋଜଗାର ହରାଇ ଥିବା ଲୋକଙ୍କ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜୁଲମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।ଯଦି ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ନ ନେବେ ତେବେ ସଙ୍ଘ ଆନ୍ଦୋଳନ କୁ ଓହ୍ଲେଇବ ବୋଲି ଧମକ ଦେଇଛି।ସେପଟେ ଏନେଇ ଜିଲା ଶିକ୍ଷା ଅଧିକାରୀ କିମ୍ବା ରୋଟାରୀ ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷ ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *