ଅନୁଗୋଳ (ଶୁଭଲକ୍ଷ୍ମୀ ଦାସ): ସାଇଙ୍କୁ ନେଇ ଏବେ ଅନୁଗୁଳରେ ଚର୍ଚା। ନିଜ ଅସାଧାରଣ ପ୍ରତିଭା ବଳରେ ୪ ବର୍ଷ ବୟସର ଏହି କୁନି ପ୍ରତିଭା। ଆଉ ନିଜରେ ଏହି ପ୍ରତିଭା ବଳରେ ଅନୁଗୁଳର ସାଇ ଏବେ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନା ଲିପିବଦ୍ଧ କରି ପାରିଛନ୍ତି ।
କଅଁଳ ବୟସ କିନ୍ତୁ ଅସମ୍ଭବ ପ୍ରତିଭା । ବୟସ ମାତ୍ର ୪ ବର୍ଷ । ହେଲେ ମୁଖରିତ ହେଉଛି ଅନର୍ଗଳ ସ୍ରୋତଙ୍ଗ, ଚାଳିସା ଆଉ ମନ୍ତ୍ର । ଆଉ ଏ ଅସାଧାରଣ ପ୍ରତିଭାଧାରୀ ହେଉଛନ୍ତି ଅନୁଗୁଳ ସହରର ମାଟିଆସାହି ଆନନ୍ଦନଗର ନିବାସୀ ଶୁଭସ୍ମିତା ଓ ଅଂଶୁମାନ ମିଶ୍ରଙ୍କ ପୁଅ ସାଇ ଶୁଭ୍ରାଂଶୁ ମିଶ୍ର । ଆଉ ତାଙ୍କର ଏହି ପ୍ରତିଭାକୁ ନେଇ ବେଶ ଚର୍ଚ୍ଚାର ଏବେ ସାଇ । ନିକଟରେ ଏକ ଜାତୀୟ ସ୍ତରର ଅନଲାଇନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇବା ପରେ ସାଇଙ୍କ ମିଳୁଛି ଅନେକ ଶୁଭେଚ୍ଛା । ଅବଶ୍ୟ ମାତ୍ର ୪ ବର୍ଷ ବୟସରେ କଷ୍ଟସାଧ୍ୟ ସ୍ରୋତଂ ଓ ମନ୍ତ୍ର କେବଳ ଶୁଣି ଗଳ ଗଳ ହୋଇବା ବୋଲିବା ର ପ୍ରତିଭାଧରି ଯେ ସେ , ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା ବି ମିଳିବାର ଆବଶ୍ୟକତା କୁ ମଧ୍ୟ ଏଡାଇ ଦିଆଯାଇନ ପାରେ ।
ପରିବାର ଲୋକ ଙ୍କ କହିବା କଥା ସାଇଙ୍କ ଉପରେ ରହିଛି ସାଇ ବାବା ଙ୍କ ଆଶ୍ରିବାଦ । ପ୍ରାୟ ଦୁଇ ରୁ ଅଢେଇ ବର୍ଷ ରୁ ହିଁ ସାଇଙ୍କ ଏହି ପ୍ରତିଭା କୁ ବେଶ ବାରିନେଇଥିଲେ ତାଙ୍କର ଜେଜେମା ନିରୂପମା ଓ ଜେଜେ ବାପା ବିପିନ ବିହାରୀ ମିଶ୍ର । ବିଭିନ୍ନ ସମୟରେ ଘରର ବୟୋଜ୍ୟେଷ୍ଠ ପ୍ରଥାନା କରିବା, ସ୍ରୋତଙ୍ଗ ପାଠ କରିବା, ସାଇଙ୍କୁ ଏସବୁ କରିବା ପାଇଁ ପ୍ରେରଣା ଯୋଗାଇଥିଲା ।
ପର୍ଯ୍ୟାୟ କ୍ରମେ ଅନ୍ୟ ସାଙ୍ଗ ସାଥିଙ୍କ ସହ ବସି ବେଦ ପାଠ କରିବାର ଅଭ୍ୟାସ ତାଙ୍କୁ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଅଧିକ ପଥ ସୁଗମ କରିଥିଲା । ନିକଟରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ ରେ ଭାଗ ନେଇ ଚର୍ଚ୍ଚାରେ ଥିବା ସାଇଙ୍କ ପାଇଁ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଗୌରବ ଆଣିଦେଇଛି ।