ଅନୁଗୋଳ: ବିଜେଡିର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ ଅନୁଗୁଳ ଜିଲା ପାଳଲହଡା ଅଞ୍ଚଳ ର ଅନ୍ୟତମ ପ୍ରମୁଖ ନେତା ଇନ୍ଦ୍ରମଣି ଗଡ଼ନାୟକ । ବ୍ୟକ୍ତିଗତ କାରଣରୁ ଶ୍ରୀ ଗଡ଼ନାୟକ ବିଜେଡି ଛାଡିଥିବା ନେଇ ପ୍ରକାଶ କରିଛନ୍ତି । ପାଳଲହଡା ୨୩ ନମ୍ବର ଜିଲାପରିଷଦ ଜୋନ ରୁ ପ୍ରତିନିଧିତ୍ୱ କରୁଥିଲେ ଶ୍ରୀ ଗଡ଼ନାୟକ । ପରେ ତାଙ୍କୁଜିଲା ପରିଷଦ ଉପାଧ୍ୟକ୍ଷ ପଦ ର ଦାଇତ୍ୱ ମିଳିଥିଲା ।
ଅନୁରୂପ ଭାବେ ସେ ଦୁଇଟି ଯାକ ପଦବୀ ରୁ ଇସ୍ତଫା ଦେଇଥିବା ଅନୁଗୁଳ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀ ଗଡ଼ନାୟକ ।
ଛାତ୍ର ରାଜନୀତି ରୁ ଅଣକଂଗ୍ରେସ ରାଜନୀତି କୁ ଆପଣାଇ ବିଜୁ ଜନତାଦଳ ରେ ସକ୍ରିୟ ଥିଲେ ଶ୍ରୀ ଗଡ଼ନାୟକ । ପରବର୍ତ୍ତୀ ସମୟରେ କେଉଁ ଦଳ ରେ ଯୋଗଦାନ କରିବେ କି ବୋଲି ପ୍ରଶ୍ନ ରେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନଥିବା ବେଳେ ଖୁବ ଶୀଘ୍ର ଇନ୍ଦ୍ରମଣି ବିଜେପି ରେ ଯୋଗ ଦେବେ ବୋଲି କଳ୍ପନା ଜଳ୍ପନା ଲାଗି ରହିଛି ।