ଅନୁଗୋଳ: ଜିଲା ଛେଣ୍ଡିପଦା ବ୍ଲକ ପଂଚାୟତ ହାଇସ୍କୁଲ ର ପ୍ରାୟ ୧୦ ଜଣଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହଷ୍ଟେଲ ରହୁଥିବା ପ୍ରାୟ ୭୨ ଜଣ ଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯିବା ପରେ ସେଥିମଧ୍ୟରୁ ୧୦ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଅନୁରୂପ ଭାବେ ଅନୁଗୁଳ ଜିଲାପାଳ ସିଧାର୍ତ୍ତ ଶଙ୍କର ସ୍ୱାଇଁ ଘଟଣା ର ସତ୍ୟତା ରହିଥିବା ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି । ଘଟଣା କ୍ରମରେ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଉଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।