Spread the love

ଅନୁଗୋଳ : ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସମ୍ବର୍ଦ୍ଧନା ଉତ୍ସବ ସହ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ନବ ନିଯୁକ୍ତ ପର୍ଯ୍ୟବେକ୍ଷକ ବିଶ୍ୱ ଭୁଷଣ ଦାସ ଓ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରଦେଶ କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ ଜ୍ଞାନଦେବ ବେହୁରିଆ, ନିଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ ବ୍ଲକ ସଭାପତି ଓ ବହୁ ପଞ୍ଚାୟତ ସଭାପତିମାନେ ଉପସ୍ଥିତ ରହି ଆଗକୁ ହେବାକୁ ଥିବା ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନକୁ କିଭଳି ଭାବେ ପରିଚାଳନା କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସମସ୍ତ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ନିର୍ବାଚନକୁ ପରିଚାଳନା କରିବାକୁ ସହମତି ପ୍ରକାଶ କରିଥିଲେ। ପ୍ରତ୍ୟେକ ବ୍ଲକ ପାଇଁ ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଓ ପର୍ଯ୍ୟବେକ୍ଷକ ନିଯୁକ୍ତି ନିମନ୍ତେ ନାମ ଘୋଷଣା କରାଯାଇଥିଲା। ଐକ୍ୟବଦ୍ଧ ଭାବେ ନିର୍ବାଚନ ଲଢିଲେ ବିଜୟ ନିଶ୍ଚିତ ବୋଲି ମତପ୍ରକାଶ ପାଇଥିଲା। ଅନ୍ୟ ଦଳମାନଙ୍କ ଠାରୁ କଂଗ୍ରେସ ଦଳରେ ବିଶୃଙ୍ଖଳା କମ, କିନ୍ତୁ ସେମାନଙ୍କର ବିଶୃଙ୍ଖଳାକୁ ଆଲୋଚନା ହେଉ ନଥିଲା ବେଳେ କଂଗ୍ରେସ ପ୍ରତି ଅନୁଗୋଳ
ବାସୀଙ୍କର ସ୍ନେହ ଓ ଶ୍ରଦ୍ଧା ଥିବା ହେତୁ ଅଧିକ ଆଲୋଚନା ହେଉଛି। ଏଣୁ କଂଗ୍ରେସ ନେତୃମଣ୍ଡଳୀ ଅନୁଗୋଳବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଆଗକୁ ମାଡି ଚାଲିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଆଜିର ବୈଠକରେ ଅନ୍ୟତମ ଜିଲ୍ଲା ଉପସଭାପତି ସୁନୀଲ ପ୍ରଧାନ ସଭା ପରିଚାଳନା କରିଥିଲେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲା କଂଗ୍ରେସ କମିଟିର ସଭାପତି ସରୋଜ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ସମ୍ପାଦିକା ତଥା ପୂର୍ବତନ ନଗରପାଳିକା ସୁକାନ୍ତୀ ଦାସ, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅମ୍ବିକା ଭଟ୍ଟ, ଜିଲ୍ଲା କଂଗ୍ରେସ ଉପସଭାପତି ଦିଲ୍ଲିପ ରାଉତ, ଚିତ୍ତ ରଂଜନ ନାଏକ, ତପନ ପ୍ରଧାନ, ମିଡିଆ ସେଲ ଅଧ୍ୟକ୍ଷ ତଥା ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ,ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ମିଶ୍ର, ଏସସି ସେଲ ଅଧ୍ୟକ୍ଷ ନିଳକଣ୍ଠ ନାଏକ, ଏସସି ସେଲ ରାଜ୍ୟ ଆବାହକ ଟିକନ ବେହେରା, ରାଜ୍ୟ କିଶାନ କଂଗ୍ରେସ ଉପାଧ୍ୟକ୍ଷ ଉମେଶ ସାହୁ(ଅମିଭାଇ), ଜିଲ୍ଲା କୃଷକ ସେଲ ଅଧ୍ୟକ୍ଷ ଦାଶରଥି ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ୱିନୀ ବିଶ୍ୱାଳ, ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା, ବଅଁରପାଳ ବ୍ଲକ ସଭାପତି ବିନୋଦ ମାଝି, ତାଳଚେର ସଭାପତି ଜ୍ଞାନ ରଞ୍ଜନ ପାଣି, କଣିହାଁ ସଭାପତି ସୁଶାନ୍ତ ଶଶୀକାନ୍ତ ସାମଲ, ଛେଣ୍ଡିପଦା ସଭାପତି କୃତାର୍ଥ ଦେହୁରୀ , ପାଲଲହଡ଼ା ସଭାପତି ଦୋଳ ଗୋବିନ୍ଦ ସାହୁ, ଆଠମଲ୍ଲିକ ସଭାପତି, କିଶୋର ନଗର ସଭାପତି ଅଶୋକ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୀବ ମାଣ୍ଡୋଠିଆ, ନଗର ସଭାପତି ସୁଦୀପ ମିଶ୍ର, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ବଲବିର ସିଂହ, ରାକେଶ ମିଶ୍ର, ଶିବାନୀ ଗୌଡ, କୋଷାଧ୍ୟକ୍ଷ ସଞ୍ଜିବ ମାଣ୍ଡୋଠିଆ, ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଗଡନାୟକ, ସନ୍ତୋଷ ପଟ୍ଟନାୟକ, ଜୟନ୍ତ ସାହୁ, ପ୍ରଶାନ୍ତ ବିଶ୍ୱାଳ, ଅନୁଗୋଳ ବ୍ଲକ ଏସସି ସେଲ ଅଧ୍ୟକ୍ଷ ହେମନ୍ତ ମହାଳିକ, ସୋମ୍ୟ ରଞ୍ଜନ ସାହୁ, କୈଳାଶ ପ୍ରଧାନ, ରାକେଶ ସାହୁ, ରଶ୍ମି ରଞ୍ଜନ ସାହୁ, ବାପୁନ ଦେହୁରୀ ପ୍ରମୁଖ ବହୁ ଯୁବ, ଛାତ୍ର, ମହିଳା କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ । ଶେଷରେ ପଛୁଆ ବର୍ଗ ସେଲର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *