ଆଜି ତା ୨୭.୧୧.୨୦୨୧ ରିଖ ସକାଳ ୧୦ ଘଟିକା ବେଳେ ଅନୁଗୋଳ ଓକିଲ ସଂଘ ର ଅନୁରୋଧ କ୍ରମେ ଅନୁଗୋଳ ଜିଲ୍ଲା ନ୍ୟାୟାଳୟ ପରିସର ରେ ସମସ୍ତ ଓକିଲ ଏବଂ ଜିଲ୍ଲା ନ୍ୟାୟାଳୟ ର ସମସ୍ତ ବିଚାରପତି ଗଣ ଙ୍କ ଉପସ୍ଥିତି ରେ ନ୍ୟାୟାଧିଷ ଶ୍ରୀଯୁକ୍ତ ଶଶିକାନ୍ତ ମିଶ୍ର ମଧୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ତାପରେ ସଂଘ ର ସଭାପତି ଏବଂ ଅନ୍ୟ ସଭ୍ୟ ମାନେ ମାନ୍ୟବର ନ୍ୟାୟଧିଶ ଙ୍କୁ ଓକିଲ ସଂଘ ର ନୂତନ ସମ୍ମିଳନୀ କକ୍ଷ କୁ ପାଛୋଟି ନେଇ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭା ରେ ସଂଘର ସଭାପତି ଶ୍ରୀଯୁକ୍ତ ଦିଲୀପ କୁମାର ସାହୁ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ମାନ୍ୟବର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ମାନନୀୟ ଜିଲ୍ଲା ଜଜ୍ ଶ୍ରୀମତୀ ଭଗ୍ୟଲକ୍ଷ୍ମୀ ରଥ ଙ୍କୁ ଓକିଲ ସଂଘ ତରଫରୁ ପୁଷ୍ପ ଗୁଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା।ଏହି ସମ୍ବର୍ଧନା ସଭା ରେ ଅନୁଗୋଳ ର ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର, ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ମହେନ୍ଦ୍ର କୁମାର ବସ୍ତିଆ,ପ୍ରଦୀପ କୁମାର ଦେବତା, ବସନ୍ତ କୁମାର ଦାସ,ପୂର୍ବତନ ସଭାପତି ଦିଲୀପ ଦାସ, ଜିତେନ୍ଦ୍ର ସାହୁ ପ୍ରମୁଖ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ବରିଷ୍ଠ ଆଇନଜୀବି ପରମାନନ୍ଦ ମିଶ୍ର, ପ୍ରମୋଦ ପ୍ରଧାନ, ସୁଶିଲ ପ୍ରଧାନ, ଅର୍ଜୁନ କୁମାର ମୁଦୁଲି, ଅଶୋକ କୁମାର ମିଶ୍ର, ପାର୍ଥସାରଥୀ ପ୍ରଧାନ, ଅଜିତ କୁମାର ବିଷୋୟୀ, ବ୍ରଜ କିଶୋର ପ୍ରଧାନ, ପ୍ରମୋଦ ମାଝୀ, ପ୍ରିୟବ୍ରତ ସାହୁ, ରାକେଶ ସୋଲଙ୍କି, ପାର୍ଥ ସାରଥି ପ୍ରଧାନ, ଆଶୀର୍ବାଦ ସାହୁ, ରଞ୍ଜନ ପାତ୍ର ଇତ୍ୟାଦି ୧୦୦ ରୁ ଉର୍ଦ୍ଧ୍ବ ଆଇନଜୀବୀ ଉପସ୍ଥିତ ଥିଲେ। ମାନ୍ୟବର ନ୍ୟାୟ ମୂର୍ତ୍ତି ତାଙ୍କ ଉଦବୋଧନ ରେ ବାର ଏବଂ ବେଞ୍ଚ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ କରି ତ୍ୱିରିତ ଏବଂ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ଉପସ୍ଥିତ ବିଚାରପତି ଏବଂ ଆଇନଜୀବୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସଭା ରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସଂଘର ଉପସଭାପତି ନିରୋଦ କୁମାର ମିଶ୍ର।