Spread the love

ଅନୁଗୁଳ: ଜନନାୟକ ନବକୃଷ୍ଣ ଚୋଧୁରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ଓ ବାଜିରାଉତ ଛାତ୍ରାବାସର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ବାଜି ରାଉତ ଛାତ୍ରାବାସ ଓ ଉତ୍କଳ ନବଜୀବନ ମଣ୍ଡଳ ପକ୍ଷରୁ ଅନୁଗୁଳ ଠାରେ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରାକ୍ତନ ସାଂସଦ ତଥା ଓଡିଶା ମଦମୁକ୍ତ ଅଭିଯାନ ର ମୁଖ୍ୟ ଶ୍ରୀଯୁକ୍ତ ପଦ୍ମଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ କ୍ରମରେ ମୁଖପତ୍ର ବାଜି ଅମୃତ ମହୋତ୍ସବ ବିଶେଷଙ୍କ ପୁସ୍ତକ ଉନ୍ମୋଚିତ କରାଯାଇଥିଲା । ଏହାସହ ନବକୃଷ୍ଣ ଜୀବନୀ ସଂକ୍ରାନ୍ତୀୟ ପୁସ୍ତକକୁ ମଧ୍ୟ ଉନ୍ମୋଚିତ କରାଯାଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ନୁମା ଓ ବାପିଙ୍କ ସମାଧି ସ୍ଥଳରେ ପୁଷ୍ପ ଅର୍ପଣ ସହ ଆୟୋଜକ ଙ୍କ ପକ୍ଷରୁ ନବଓଡ଼ିଶା ଗଠନ ସ୍ଥପିତ ନବକୃଷ୍ଣ ସଂକ୍ରାନ୍ତୀୟ ଏକ ଫୋଟୋ ଚିତ୍ର ପ୍ରଦର୍ଶନୀ ଆୟୋଜକ ଙ୍କ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ।


ନବକୃଷ୍ଣ ଚୌଧୁରୀ, ସେ ବି ଦିନେ ଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ, ହେଲେ ଦୀର୍ଘ ଦିନ କ୍ଷମତା ରାଜନୀତି ତାଙ୍କୁ ଆୟୁଧ କରି ପାରିନଥିଲା।
ନବକୃଷ୍ଣ ଯେଉଁ ସବୁ ବଳିଷ୍ଠ ପଦକ୍ଷେପ ନେଇଥିଲେ ସେଥିମଧ୍ୟରୁ ଓଡ଼ିଶାରେ ଜମିଦାରୀ ପ୍ରଥା ଉଚ୍ଛେଦ , ଭାଗ ଚାଷୀ ଆଇନ ପ୍ରଣୟନ , ଭୁ-ସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା , କ୍ଷମତା ବିକେନ୍ଦ୍ରିକରଣ ପାଇଁ , ଓଡ଼ିଶା ଶାସନ ଆଇନ ପ୍ରଣୟନ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ପାଇଁ ଆଇନ ପ୍ରଣୟନ , ହୀରାକୁଦ ନଦୀ ବନ୍ଧ ନିର୍ମାଣ , ରାଉରକେଲା ଇସ୍ପାତ କାରଖାନା ପାଇଁ ଯୋଜନା , କୃଷି ର ବିକାଶ ପାଇଁ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା , ମୌଳିକ ଶିକ୍ଷାର ବିକାଶ ପାଇଁ ଚମ୍ପତିମୁଣ୍ଡା ଠାରେ ଜୀବନ ବିଦ୍ୟାଳୟ ପ୍ରତିଷ୍ଠା ଆଦି ଅନ୍ୟତମ ,

ଜନନାୟକ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ଅବସରରେ ଫୋକସ ପରିବାର ତରଫରୁ କୋଟି କୋଟି ନମନ

Leave a Reply

Your email address will not be published. Required fields are marked *