ଅନୁଗୁଳ: ପାଞ୍ଚ ଦଫା ଦାବି ପୂରଣ ଦାବିରେ ଓଡିଶା ସମବାୟ କର୍ମଚାରୀ ମହାସଂଘ ଅନୁଗୁଳ ଶାଖା ପକ୍ଷରୁ ସ୍ଥାନୀୟ ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ପରିସରରେ ସଂଘ କାର୍ଯ୍ୟକର୍ତ୍ତାଙ୍କ ଧାରଣା । ବିଶେଷ ଭାବେ ଓଡ଼ିଶାର ସମବାୟ ସମିତି ଓ ଲ୍ୟାମ୍ପସ କର୍ମଚାରୀ ଙ୍କୁ ରାଜ୍ୟ ସରକାରୀ କର୍ମଚାରୀ ର ମାନ୍ୟତା ସହ ଉଭୟ ୨୦୦୫ ରୁ ୨୦୧୯ ମଧ୍ୟରେ ଓଡିଶା ସରକାର ସମବାୟ ବିଭାଗ ଦ୍ଵାରା ପ୍ରକାଶିତ ସମସ୍ତ ଆଦେଶ କୁ ପାଳନ କରିବା । ୭ମ ବେତନ କମିଶନଙ୍କ ସୁପାରିଶ କ୍ରମେ ସମସ୍ତ କର୍ମଚାରି ଙ୍କୁ ଦରମା ପ୍ରଦାନ କରିବା , ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ସମିତି ଓ ଲ୍ୟାମ୍ପସ ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ ତଥା ବିଧାନସଭା ବଜେଟ ଅଧିବେଶନ ରେ ସର୍ବ ନିମ୍ନ ୩୦୦ କୋଟି ର ବଜେଟ ଅଟକଳ କରିବା , ଡିଇଓ କର୍ମଚାରୀଙ୍କ ନିମନ୍ତେ ଚାକିରୀ ସର୍ତ୍ତବଳି ରେ ପଦବୀ ସୃଷ୍ଟି କରିବା ଏହାଛଡା ସମବାୟ ତ୍ରିସ୍ତରୀୟ ବ୍ୟବସ୍ଥା ର ଉଛେଦ କରାଯାଇଦୁଇ ସ୍ତରୀୟ ବ୍ୟବସ୍ଥା ଭଳି ଦାବି ନେଇ ସଂଘ କାର୍ଯ୍ୟକର୍ତା ଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା ।