Spread the love

ଅନୁଗୋଳ: ଅନୁଗୋଳରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଙ୍କ ସଭାରେ ଉପ ବାଚସ୍ପତି ରଜନୀ କାନ୍ତ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ ଚାରି କୋଟି ଓଡ଼ିଆ ଙ୍କ ଠାକୁର ବୋଲି ସମ୍ବୋଧନ କରିଥିଲେ।ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ଉପ ବାଚସ୍ପତି ଶ୍ରୀ ସିଂହ ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ସଭାରେ ଠାକୁର ସମ୍ବୋଧନ ତାଙ୍କର ପିତା ସ୍ବର୍ଗତ ଜନନେତା ଏପି ସିଂହ ଥିଲେ ଦୃଢ଼ ନିନ୍ଦା କରିଥାନ୍ତେ ବୋଲି ପ୍ରକାଶ କରିଛନ୍ତି।ଦୀର୍ଘ ଦିନ କ୍ଷମତାରେ ରହିଲେ ବିଜୁ ଜନତା ଦଳ ର ନେତା ମାନେ ଧରା କୁ ସରା ମନେ କରୁଛନ୍ତି।ଆଶ୍ଚର୍ୟ୍ଯ ର ବିଷୟ ନିଜକୁ, ଅମାୟୀକ,ସରଳ ବୋଲାଉଥିବା ମୁଖ୍ୟମନ୍ତ୍ରୀ ମଞ୍ଚରେ ବସି ଏ ଭାଷଣ ଶୁଣି କୌଣସି ଉତ୍ତର ନ ଦେବା ,ଉକ୍ତିକୁ ଖଣ୍ଡନ ନ କରିବା, ମନେ ମନେ ଖୁସି ହେବା ପରୋକ୍ଷରେ ନିଜକୁ ଠାକୁର ସ୍ୱୀକାର କଲେ।ଅନୁଗୁଳ ଜିଲ୍ଲା ପାଇଁ ଉପ ବାଚସ୍ପତି ପଦୁଟିଏ କଥା ନକହି କେବଳ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା ରେ ପୋତି ପକାଇଲେ।କେନ୍ଦ୍ର ମୋଦି ସରକାର ଗଠନ କରିଥିବା ଡିଏମଏଫ ଫଣ୍ଡ ରେ ବ୍ୟାପକ ଦୁର୍ନୀତି ସହ ବିନା ଟେଣ୍ଡର ରେ କାର୍ଯ୍ୟଦେଶ, ପଂଚାୟତ ରେ ଡିପାର୍ଟ ମେଣ୍ଟାଲ କାମ କରି ଠିକାଦାର ପୋଷଣ ତଥା ଦଳୀୟ ପାଣ୍ଠି ସଂଗ୍ରହ, କୌଣସି ଥାନାରେ ନ୍ୟାୟ ମିଳୁ ନ ଥିବା ବେଳେ, ମନ୍ତ୍ରୀ ମଣ୍ଡଳରେ ଅନେକ ଦାଗି ମନ୍ତ୍ରୀ ଥିବା ସତ୍ୱେ ଉପ ବାଚସ୍ପତି ମୁଖ୍ୟମନ୍ତ୍ରୀ ଙ୍କୁ ଠାକୁର କହିବା ଓଡ଼ିଆ ସ୍ୱାଭିମାନ କୁ ଆଘାତ ପହଞ୍ଚାଇଛି।ସାଢ଼େ ଚାରିକୋଟି ଓଡ଼ିଆ ଙ୍କ ଠାକୁର କହିଲେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ବୁଝାଏ, କିନ୍ତୁ ଯେଉଁ ଭଳି ଭାବେ ଜଣେ ସାମ୍ବିଧାନିକ ଦାୟିତ୍ଵ ରେ ଥିବା ଉପ ବାଚସ୍ପତି ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କର ଉପସ୍ଥିତିରେ ଠାକୁର ବୋଲି କହି ସମ୍ବୋଧନ କଲେ ଓଡ଼ିଆ ଙ୍କର ଭାବାବେଗ ସହ କୁଠାରଘାତ ହୋଇଛି ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ତୁରନ୍ତ ଓଡ଼ିଶାର ସାଢ଼େ ଚାରି କୋଟିଓଡ଼ିଆ ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *