Spread the love

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ପାର୍ଲିଆମେଣ୍ଟ ରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ ଦାବୀ ଉପସ୍ଥାପନ କରିଛନ୍ତି |ଓଡିଶା ର ବହୁ ସ୍ୱାଧୀନତା ସଂଗ୍ରାମୀ ନିଜର ଜୀବନ ଦେଇଥିବା ବେଳେ ସେମାନଙ୍କୁ ସଠିକ ସମ୍ମାନ ମିଳିନାହିଁ ବୋଲି ସାଂସଦ ଶ୍ରୀ ପାଣି ପାର୍ଲିଆମେଣ୍ଟ ରେ କହିଛନ୍ତି |ସ୍ମାରକୀ ଡାକ ଟିକଟ ପ୍ରଚଳନ କ୍ଷେତ୍ରରେ ଓଡିଶା ପ୍ରଦେଶ କୁ ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି ସେ କହିଥିଲେ |ସ୍ୱାଧୀନତା ଆନ୍ଦୋଳନ ରେ ସବୁଠୁ କମ ବୟସରେ 12 ବର୍ଷରେ ସହିଦ ହୋଇଥିବା ଢେଙ୍କାନାଳ ଜିଲ୍ଲାର ବାଜି ରାଉତ, ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ବୈଷ୍ଣବ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଓ ଅନୁଗୁଳ ର ସ୍ୱାଧୀନ ରାଜା ତଥା ସ୍ୱତନ୍ତତା ସେନାନୀ ସୋମନାଥ ସିଂହ ଜଗଦେବ ଙ୍କ ନାମରେ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ପ୍ରଚଳନ କରିବା ପାଇଁ ସାଂସଦ ଶ୍ରୀ ପାଣି ପାର୍ଲିଆମେଣ୍ଟରେ ଦାବୀ ଉପସ୍ଥାପନ କରିଛନ୍ତି| ସାଂସଦ ଙ୍କ ର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ପାର୍ଲିଆମେଣ୍ଟ ରେ ଦାବୀ କୁ ନେଇ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଭିନ୍ନ ମହଲରେ ତଥା ବୁଦ୍ଧିଜୀବୀ ମହଲରେ ସାଂସଦ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *