Spread the love

ଅନୁଗୁଳ: ଆଜକୁ ପ୍ରାୟ ଦୀର୍ଘ ୨ମାସ ତଳେ ଗତ ସେପ୍ଟେମ୍ବର ୬ ତାରିଖରେ ନିଖୋଜ ହୋଇ ତାପରଦିନ ୭ ତାରିଖ ସକାଳେ ଘର ପଛପାଖ ନାଳରୁ ୧୧ବର୍ଷର ଛାତ୍ରୀ ଜସ୍ମିନ୍ ସେଠଙ୍କ ମୃତ ଦେହ ମିଳିଥିବା ବେଳେ ହତ୍ୟାକାରୀମାନେ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଫଳରେ ସମଗ୍ର ଅନୁଗୁଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କିତ ଅବସ୍ଥାରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଠିକ୍ରେ ପାଠପଢ଼ି ଯାଇପାରୁନାହାନ୍ତି ।

ଏଭଳି ପରିସ୍ଥିତିରେ ପୋଲିସ୍ ପ୍ରଶାସନ ଓ ସ୍ଥାନୀୟ ନେତାମାନଙ୍କର ନିଷ୍କ୍ରିୟତା, ଜନସାଧାରଣଙ୍କ ମନରେ ନାହିଁନଥିବା ପ୍ରଶ୍ନ ସୃଷ୍ଟି କରୁଛି । ଅପରପକ୍ଷେ ବାରମ୍ବାର ପରିବାର ତଥା ଗ୍ରାମବାସୀଙ୍କ ତରଫରୁ ଏଫ୍.ଆଇ.ଆର୍ ରିପୋର୍ଟ ତଥା ପି.ଏମ୍. ରିପୋର୍ଟ ପାଇଁ ଗଲାପରେ ମଧ୍ୟ ପି.ଏମ୍. ରିପୋର୍ଟ ଆସିନାହିଁ କହି ରିପୋର୍ଟ ଏପର୍ଯ୍ୟନ୍ତ ଦେଉନାହାନ୍ତି କି ଏଫ୍.ଆଇ.ଆର୍ ରିପୋର୍ଟ ଦେଉନାହାନ୍ତି । ଏହାସହିତ ୨ବର୍ଷ ପୂର୍ବରୁ ଶାବଳଭଙ୍ଗା ଗ୍ରାମର ଜଣେ ମହିଳାଙ୍କ ସନେ୍ଦହଜନକ ନିଖୋଜ ଏବଂ ତା ପୂର୍ବରୁ ହରିହର ସାହୁଙ୍କ ଗଳାକାଟି ହତ୍ୟା ଘଟଣା ନଲିଭୁଣୁ ଏହି ହୃଦୟ ବିଦାରକ ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ ପାଇଁ ଆଜି ନାରୀ ନିର୍ଯାତନା ବିରୋଧି ଗଣ କମିଟି, ଅନୁଗୁଳ ତରଫରୁ ଏବଂ ଶ୍ୟାମସୁନ୍ଦରପୁର ଗ୍ରାମବାସୀ ତା୦୩.୧୧.୨୦୨୫ରିଖରେ ଡି.ଆଇ.ଜି, ଉତ୍ତରାଞ୍ଚଳ ଡି.ଆଇ.ଜି, ତାଳଚେରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏଥିରେ ନାରୀ ନିର୍ଯ୍ୟାତନା ବିରୋଧି ଗଣ କମିଟି, ଅନୁଗୁଳର ଆବାହିକା ମନେ୍ଦାଦରୀ ରାଉଳ, ସଂଗଠିକା ଜ୍ୟୋତ୍ସ୍ନା ସାମଲଙ୍କ ସମେତ ଶ୍ୟାମସୁନ୍ଦରପୁର ଗ୍ରାମ ସଭାପତି ଗୌତମ ଦେହୁରୀ, ପ୍ରଶାନ୍ତ ଦେହୁରୀ, ଆନନ୍ଦ ଦେହୁରୀ, ପ୍ରାଣବନ୍ଧୁ ଦଳବେହେରା, ବିପିନି ଭୋଇ, ଘନଶ୍ୟାମ ବିଶ୍ୱାଳ, ଗୋବିନ୍ଦ ଦଳବେହେରା, ଅରୁଣ ଦେହୁରୀ, ଗାୟତ୍ରୀ ଦେହୁରୀ, ମିନତୀ ଦେହୁରୀ, ବିନତି ବିଶ୍ୱାଳ, ମାନି ଦଳବେହେରା ପ୍ରମୁଖ ଦାବିପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ । ଡି.ଆଇ.ଜି. ସତ୍ୟବ୍ରତ ଭୋଇ ଖୁବ୍ ଶୀଘ୍ର ପଦକ୍ଷେପ ନେଇ ହତ୍ୟାକାରୀମାନଙ୍କୁ ଗିରଫ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *