Spread the love

Angul News : ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଶନିବାର ଟ୍ରେନ ଯୋଗେଁ ଅନୁଗୁଳ ରେଳ ଷ୍ଟେସନ ରୁ ବିହାର ଗସ୍ତ କରିଛନ୍ତି |ସେ ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଯୋଗେଁ ଗୟା ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ ସେଠାରୁ ପାଟଣା ଯିବା ସହ ବିଭିନ୍ନ ଅଂଚଳ ଗସ୍ତ କରି ନିର୍ବାଚନ ପ୍ରଚାର ରେ ସାମିଲ ହେବେ |ବିହାର ଦାନଗଦି ବିଧାନସଭା କ୍ଷେତ୍ରରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବିଜେପି ପ୍ରାର୍ଥୀ ରାମ କୃପାଳ ଯାଦବ ପାଇଁ ମଧ୍ୟ ନିର୍ବାଚନ ପ୍ରଚାର କରିବେ |ଆଜି ଅନୁଗୁଳ ଷ୍ଟେସନ ଠାରେ ଅନୁଗୁଳ ଷ୍ଟେସନ ମାଷ୍ଟର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ , ବିଜେପି ନେତା, ସାମ୍ବାଦିକ, ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ଉପସ୍ଥିତି ରେ ଅନୁଗୁଳ ରେଳ ଷ୍ଟେସନ ର ବିକାଶ ମୂଳକ କାର୍ଯ୍ୟ ଓ ଜନସାଧାରଣ ଙ୍କର ଅସୁବିଧା ବିଷୟରେ ବୁଝିଥିଲେ ସାଂସଦ |ଆଗାମୀ ସାତ ତାରିଖ ରେ ରେଲୱେ ବୋର୍ଡ ମିଟିଙ୍ଗ ରେ ସମସ୍ତ ବିଷୟ ଉଥାପନ କରିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାଂସଦ ଶ୍ରୀ ପାଣି ପ୍ରକାଶ କରିଥିଲେ |ସାଂସଦ ଙ୍କ ସହ ପ୍ରାକ୍ତନ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ, ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ସାଂସଦ ଙ୍କ ହିନ୍ଦୋଳ ପ୍ରତିନିଧି ସୁଶାନ୍ତ ପତି, ଅନୁଗୁଳ ବ୍ଲକ ପ୍ରତିନିଧି ପ୍ରଭାତ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ସାଂସଦ ଙ୍କ ବିହାର ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇବା ସହ ବିଦାୟ ଦେଇଥିଲେ 

Leave a Reply

Your email address will not be published. Required fields are marked *