Spread the love

Angul News: ତାଳଚେର: ପବିତ୍ର ଗୋଷ୍ଟାଷ୍ଟମୀ ଆସନ୍ତା ଅକ୍ଟୋବର 30 ରେ ତାଳଚେର ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ଗୋଶାଳାରେ ପାଳନ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏ ଉପଲକ୍ଷେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗୋଷ୍ଟାଷ୍ଟମୀ ଦିନ ସକାଳେ ଏକ ଯଜ୍ଞର ଆୟୋଜନ କରାଯିବ। ପରେ ନାମ ସଂକୀର୍ତନ, ଗୋ ପୂଜନର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମଚାରୀ ସଚ୍ଚିଦାନନ୍ଦ ସରସ୍ବତୀ ମହାରାଜ, ଏବଂ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କର ପ୍ରବଚନ କାର୍ଯ୍ୟକ୍ରମ ରହିଛି।

ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶଙ୍କରାଚାର୍ଯ୍ୟଙ୍କର ତାଳଚେର ଶାଖାର ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ପକ୍ଷରୁ ଉକ୍ତ ଗୋ ପୂଜନ ତଥା ଗୋଷ୍ଟାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜିତ ହେବ। ତାଳଚେର ବ୍ଲକ ଘଣ୍ଟପଡା ପଂଚାୟତର ବାଘମରା ଗ୍ରାମରେ ଥିବା ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳାରେ ଉକ୍ତ କାର୍ଯ୍ୟକ୍ରମ ପାଳିତ ହେବ। ଆଜି ଶୁକ୍ରବାର ପ୍ରସ୍ତୁତି ବୈଠକରେ ଶଙ୍କରାଚାର୍ଯ୍ୟଙ୍କ ସେବା ସଚିବ ବରୁଣ କୁମାର ସାହୁ, ପର୍ଶୁରାମ ବାରିକ, ଡ଼ଃ ସଂଜୀବ ରାଉତ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସହ କାର୍ଯ୍ୟବାହ ବାବୁଲି ସାମଲ, ମାୟାଧର ସାହୁ, ଆଦିତ୍ୟ ବାହିନୀର ଜ୍ୟୋତିର୍ମୟ ରଥ, ଶୋଭାକାନ୍ତ (ରିଙ୍କୁ )ଦାସ, ବିଜୟ କୁମାର ସାହୁ, ମିଲୁ ସାହୁ, ଦନାର ସାହୁ, ଇଲୁ ସାହୁ, ଖଇରା ପ୍ରଧାନ, ଅମିତ କୁମାର ଦାସ, ମଦନ ସୁନ୍ଦର ପ୍ରଧାନ, ବବଲୁ ସାହୁ, ସତୀଶ ସାହୁଙ୍କ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ। ଉକ୍ତ ଗୋ ପୂଜନ କାର୍ଯ୍ୟକ୍ରମ ହଜାର ହଜାର ସଂଖାରେ ଜନ ସାଧାରଣ ଓ ଗୋ ସେବକ ଯୋଗ ଦେବାକୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *