Angul News: ଅନୁଗୋଳ: ଆଜି ଅପରାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମୋଟରସାଇକେଲ ରାଲିରେ ଅନୁଗୋଳ ସାଇବର ଥାନାରେ ପହଞ୍ଚି ଫୋକସ୍ ପ୍ଲସ ନାମକ ଏକ ୱେବ୍ ଚାନେଲରେ କଂଗ୍ରେସ ଦଳ ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ବିରୋଧରେ ବହୁ ଆପତ୍ତିଜନକ ମନ୍ତବ୍ୟ ସହ ତାଙ୍କ ବିଧାୟକ ପୁତ୍ର ନାମରେ ମଧ୍ୟ କେତେକ ସମ୍ମାନହାନୀ ମନ୍ତବ୍ୟ ପ୍ରକାଶ କରି ବଦନାମ କରୁଥିବାରୁ ସୁଧାଂଶୁ ଶେଖର ରାଉତଙ୍କ ନାମରେ ଏତଲା ଦେଇଥିଲେ। ଫୋକସ୍ ପ୍ଲସ କେତେକ ବିଭ୍ରାନ୍ତିକର ତଥ୍ୟ ସାମାଜିକ ଗଣମାଧ୍ୟମ ଫେସବୁକ ଓ ୟୁଟୁବ ଜରିଆରେ ପ୍ରସାରଣ କରି ବଦନାମ କରୁଥିଲେ। ଏହାଦ୍ୱାରା କଂଗ୍ରେସ ଦଳର ବର୍ତ୍ତମାନ ସ୍ଥିତିରେ ଯେଭଳି ଦୃତ ବିକାଶ ଘଟୁଛି, ତାକୁ ରୋକିବା ନିମନ୍ତେ କିଛି ନ୍ୟସ୍ତ ସ୍ବାର୍ଥ ରାଜନୈତିକ ଶକ୍ତିର କୁଚକ୍ରାନ୍ତରେ ପଡି ଏ ଯେଉଁ ହୀନ ଉଦ୍ୟମ କରିଛନ୍ତି, ତାକୁ କଦାପି ରାଜ୍ୟବାସୀ କର୍ଣ୍ଣପାତ କରିବେ ନାହିଁ। ନିକଟରେ ହେବାକୁ ଯାଉଥିବା ନୂଆପଡା ଉପନିର୍ବାଚନରେ କଂଗ୍ରେସ ଦଳ ନିଶ୍ଚିତ ବିଜୟ କରି, ସମସ୍ତ କୁଚକ୍ରୀମାନଙ୍କ ଅସଲ ମୁଖକୁ ଲୋକଲୋଚନକୁ ଆଣିବ। ଆଜିର ଏହି ଏତଲା ପ୍ରଦାନ କରିବା ପାଇଁ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ବରିଷ୍ଠ ନେତା ରୂପାଦୀପ୍ତା ମହାପାତ୍ର, ତପନ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ଚିତ୍ତରଞ୍ଜନ ନାଏକ, ରାଜକିଶୋର ସାହୁ, ଧର୍ମେନ୍ଦ୍ରନାଥ ମିଶ୍ର, କେଶବ ଭୂତିଆ, ଅମୂଲ୍ୟ ବେହେରା, ବିନୋଦ ମାଝୀ, ସନ୍ତୋଷ ପଟ୍ଟନାୟକ, ସୁଦୀପ ମିଶ୍ର, ସଞ୍ଜୀବ ମାଣ୍ଡୋଠିଆ, ସୁଭାଷିଶ ମହାପାତ୍ର, ସୁବାସ ସାହୁ, ସୁବ୍ରତ ତ୍ରିପାଠୀ, ଅଳକାରାଣୀ ମହାପାତ୍ର, ରଶ୍ମିରଞ୍ଜନ ସାହୁ, ଗୋପାଳ ପ୍ରଧାନ, ସୁବାସ ଚନ୍ଦ୍ର ରାଉତ, ପ୍ରଫୁଲ୍ଲ ନାଏକ, ସଂଗ୍ରାମ କେଶରୀ କୁଅଁର, ଗୌତମ ବେହେରା, ସଂଗ୍ରାମ ବେହେରା, ଅରୁଣ ଦାସ, ଜଗନ୍ନାଥ ଦେହୁରୀ, ଦେବାଶିଷ ସାହୁ, ବିଜୟ ପ୍ରଧାନ, ସଂଜୀବ ନାଏକ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।
