Spread the love

ଅନୁଗୋଳ: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଶୈଳ ଶ୍ରୀକ୍ଷେତ୍ର ଶାଖା ଅନୁଗୋଳ ଆନୁକୂଲ୍ୟରେ ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଭାଗବତ ପାଠ, ଆଲୋଚନା ଆଦି ଅନୁଷ୍ଠିତ ହୋଇ ଥିଲା। ପରିଷଦର ଉପାଧ୍ୟକ୍ଷ ଡ ସଦାନନ୍ଦ ପରିଡାଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ କୁମୁଦ ଚନ୍ଦ୍ର ଦାଶ ଓଡ଼ିଆ ଜାତିର ଉତ୍ଥାନ ପାଇଁ ଭାଗବତର ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଯୁବ ପୀଢ଼ି ଭାଗବତ ମନସ୍କ ହେଲେ ସେମାନଙ୍କର ଜୀବନ ଆଦର୍ଶମୟ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ବିଶ୍ୱହିନ୍ଦୁ ପରିଷଦ ଓଡିଶା(ପୂର୍ବ )ର ସାଧାରଣ ସାମ୍ପାଦକ, ପୁରୀ ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ବିଶିଷ୍ଟ ପ୍ରବଚକ ପଣ୍ଡିତ ଶ୍ରୀ ମହେଶ ସାହୁ ଯୋଗଦାନ କରି ଭାଗବତ ସହିତ ହିନ୍ଦୁ ସମାଜର ଭାବଗତ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ମଣିଷ ଜୀବନକୁ ସଂଯମ ଓ ସାଧନା ମାର୍ଗରେ ଘେନିଯିବା ପାଇଁ ଭାଗବତ ଏକ ମାର୍ଗ ଦର୍ଶିକା ବୋଲି ବର୍ଣ୍ଣନା କରିଥିଲେ। ରାଷ୍ଟ୍ର ଜାଗରଣ ପାଇଁ ସମସ୍ତେ କଟିବଦ୍ଧ ହେବା ନିମନ୍ତେ ମୁଖ୍ୟ ବକ୍ତା ଆହ୍ୱାନ ଦେଇଥିଲେ। ଓଡ଼ିଆ ଭାଗବତ ହିଁ ଓଡ଼ିଆ ଜାତିର ପରିଚୟ ଓ ଗାଦି ଗୋସାଇଁ ଭାବେ ସବୁ ଓଡ଼ିଆଙ୍କର କୋଠ ସମ୍ପତ୍ତି ବୋଲି ସେ କହିଥିଲେ।

ସଭାରେ ଉପସ୍ଥିତ ଉପଦେଷ୍ଟା ଶ୍ରୀ ବିଜୟ ମୋଦି ମହୋଦୟ ମାତୃଭାଷା, ମାତୃଭୂମି ପ୍ରତି ସମର୍ପିତ ହେବା ପାଇଁ ଓ ନିଜ ନିଜର ରଚନାରେ ଏହାକୁ ପ୍ରତିଫଳିତ କରିବା ପାଇଁ ସମବେତ କବି, ସାହିତ୍ୟିକ ମାନଙ୍କୁ ନିବେଦନ କରିବା ସହିତ ନିତ୍ୟ ଭାଗବତ ପାଠ ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଉପରାନ୍ତ କୁନି ପ୍ରବଚିକା ସୁଶ୍ରୀ ସାଇ ଜିଜ୍ଞାଶା ବାରିକ ଭାଗବତ ପାଠ କରି ସମବେତ ଜନତାଙ୍କୁ ବିମୋହିତ କରିଥିଲେ।

ଏହି ଅବସରରେ ପୂର୍ବରୁ ଭାରତୀୟ କୁଟୁମ୍ବ ସମ୍ପର୍କରେ, କରାଯାଇଥିବା କାହାଣୀ ଲିଖନ ପ୍ରତିଯୋଗିତାର କୃତି ଛାତ୍ର/ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ପୁରସ୍କାର ପ୍ରଦାନ କରିଥିଲେ।

ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଉପସ୍ଥିତ କବି, ସାହିତ୍ୟକ ମାନଙ୍କ ଦ୍ୱାରା ଭାଗବତ ସମ୍ପର୍କରେ ଆଲୋଚନା ଓ କବିତା ପାଠ ପରିବେଶ କୁ ମନୋଜ୍ଞ କରିଥିଲେ।

ପରିଷଦର ଅନୁଗୋଳ ଜିଲ୍ଲା ସାମ୍ପାଦକ ଶ୍ରୀ କ୍ଷୀରେନ୍ଦ୍ର ମୋହନ ଦେହୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସାମ୍ପାଦକ ଶ୍ରୀ ମନୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ।କାର୍ଯ୍ୟ କ୍ରମର ସଫଳତା ପାଇଁ ଶ୍ରୀ ବୈଦ୍ୟନାଥ ସାମଲ, ସୌମେନ୍ଦ୍ର ଡାଙ୍ଗ, ହର୍ଷଲ ଟାଙ୍କ ଓ ବେଣୁଧର ଭାଇ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାହିତ୍ୟ ପରିଷଦର ରାଜ୍ୟ ସାମ୍ପାଦକ ତଥା ଅନୁଗୋଳ ଜିଲ୍ଲା ସାଂଯୋଜକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ।

Leave a Reply

Your email address will not be published. Required fields are marked *