Spread the love

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଦେଶବାସୀଙ୍କୁ “ଭୋକାଲ୍ ଫର୍ ଲୋକାଲ୍” ଅଭିଯାନକୁ ସମର୍ଥନ ଦେବା ପାଇଁ ନିବେଦନ କରିଛନ୍ତି।

ଶ୍ରୀ ପ୍ରଧାନ ‘ଏକ୍ସ’ରେ ଓଡ଼ିଶା ସମେତ ଦେଶବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ରାକ୍ଷୀ ପୂର୍ଣ୍ଣିମା ସମୟରେ ରାକ୍ଷୀର ପବିତ୍ର ସୂତା ଠାରୁ ଆରମ୍ଭ କରି ଉପହାର ପର୍ଯ୍ୟନ୍ତ ସ୍ୱଦେଶୀ ଉତ୍ପାଦକୁ ପ୍ରାଥମିକତା ଦିଆଯିବା ଉଚିତ । ଏହା କେବଳ ଏକ ପର୍ବ ପାଳନ କରିବାର ସମୟ ନୁହେଁ, ବରଂ ଦେଶରେ ପରିଶ୍ରମୀ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ପରିଶ୍ରମକୁ ସମ୍ମାନ ଦେବାର ପ୍ରତିଜ୍ଞା ମଧ୍ୟ । ଯେତେବେଳେ ଆମେ ଆମ ଉତ୍ସବରେ ସ୍ଵଦେଶୀ ସାମଗ୍ରୀ ବ୍ୟବହାର କରିଥାନ୍ତି ସେତେବେଳେ ଆମେ ଭାରତୀୟ ପରମ୍ପରାକୁ ସମ୍ମାନ କରିବା ସହିତ ‘ଆତ୍ମନିର୍ଭର ଭାରତ’ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛୁ ବୋଲି ସେ ମତପ୍ରକାଶ କରିଥିଲେ । 

Leave a Reply

Your email address will not be published. Required fields are marked *