Spread the love

ଅନୁଗୋଳ: ନ୍ୟାୟ ପାଇଁ ଲଢେ଼ଇ କରି ବାଲେଶ୍ୱର ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଗତ ୧୨ ତାରିଖ ଦିନ ଯେଉଁଭଳି ଭାବେ ଆତ୍ମହୁତୀ ଉଦ୍ୟମ କରି ପ୍ରାୟ ୯୫ ଭାଗ ଶରୀର ପୋଡ଼ି ମରଣ ସହିତ AIIMS ଡାକ୍ତରଖାନାରେ ଲଢ଼ାଇ କରି ଶେଷରେ ହାରି ଗଲେ, ଗତ କାଲି ରାତି ୧୧ଟା ୪୬ ମିନିଟରେ ତାଙ୍କର ଦେହାନ୍ତ ହେଲା ତାହା ଓଡ଼ିଶା କାହିଁକି ସାରା ବିଶ୍ଵ ପାଇଁ ଏକ କଳଙ୍କମୟ ଅଧ୍ୟାୟ। ସ୍ବର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ବିୟୋଗରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମର ସଦଗତି ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ସଂମୁଖରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଯିବା ସହ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଯାଇଅଛି। ଉକ୍ତ ପ୍ରତିବାଦ ସଭାରେ ଯେଉଁ ଭଳି ଭାବେ ଛାତ୍ରୀ ଜଣକ ଦୀର୍ଘ ଏକ ମାସ କାଳ ସଂଗ୍ରାମ କରିଛନ୍ତି, ଯୌନ ପିପାସୁ ଅଧ୍ୟାପକ ଓ କୁଚକ୍ରି ଅଧକ୍ଷଙ୍କ ଦ୍ଵାରା ବାରମ୍ବାର ପ୍ରତ୍ୟାକ୍ଷାତ ହୋଇ କୌଣସି ଫଳ ପାଇ ପାରିଲେ ନାହିଁ ବରଂ ଅଧ୍ୟକ୍ଷଙ୍କ ଠାରୁ ତିରସ୍କାର ଶୁଣିବା ସହ ସଂପୂର୍ଣ୍ଣ ହତାଶ ହୋଇ ଶେଷରେ ଆତ୍ମାହୁତି ଦେବା ପାଇଁ କଠୋର ନିଷ୍ପତ୍ତି ନେଲେ | ଏଣୁ ତାଙ୍କର ଏହା ଆତ୍ମହତ୍ୟା ବୋଲି କୁହାଯାଇ ପାରିବ ନାହିଁ ବରଂ ସମସ୍ତେ ମିଳିତ ଭାବେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଆଜି ପ୍ରତିବାଦ ସଭାରେ ସମସ୍ତ ବକ୍ତାମାନେ ମତ ବ୍ୟକ୍ତ କରିବା ସହ ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ଉଚିତ ବୋଲି ବକ୍ତାମାନେ ଦାବି ରଖିଥିଲେ। ଆଗାମୀ ୧୭ ତାରିଖ ଦିନ ଉପରୋକ୍ତ ଘଟଣା ନେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଓଡ଼ିଶା ବନ୍ଦ ଘୋଷଣା କରିଛନ୍ତି। ଉକ୍ତ ଓଡ଼ିଶା ବନ୍ଦକୁ ରାଜ୍ୟର ସମସ୍ତ ବାମପନ୍ଥୀ ଦଳମାନେ ପୂର୍ଣ୍ଣ ସମର୍ଥନ ଦେଇ ଥିବା ହେତୁ ଜିଲ୍ଲା କଂଗ୍ରେସ ଘୋଷିତ ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ମାତ୍ରରେ ସଫଳ କରିବା ସହ ୧୭ ତାରିଖ ଦିନ ଅନୁଗୋଳର ସମସ୍ତ ଜନସାଧାରଣ ଏଭଳି ସ୍ପର୍ଶକାତର ଘଟଣାକୁ ନିନ୍ଦା କରିବା ସହ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ସହ ସମସ୍ତ ଯାନବାହାନ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା କଂଗ୍ରେସ ନିବେଦନ କରିଛି। ଉକ୍ତ ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ କଂଗ୍ରେସ ନେତା ଦିଗାମ୍ବର ଗଡ଼ନାୟକ, ଜଗଦାନନ୍ଦ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ଗୋବିନ୍ଦ ନାଏକ, ଉମେଶ ଚନ୍ଦ୍ର ସାହୁ, ଜୟନ୍ତ ସାହୁ, ସରୋଜ ପ୍ରଧାନ, ସୁଦୀପ ମିଶ୍ର, ତପନ ପ୍ରଧାନ, ସବିତା ଧିର, ସନତ ପ୍ରଧାନ, ଭଜମନ ଦାସ, ଲୋକନାଥ ସାହୁ, ରମାକାନ୍ତ ପ୍ରଧାନ, ପ୍ରଦ୍ୟୁମ୍ନ ସାହୁ, ଲୁଲୁ ପାଣିଗ୍ରାହୀ, କ୍ୱାସିଦା ଖାନ, ସୌମେନ୍ଦ୍ର ଦେହୁରୀ, କେଶବ ଭୂତିଆ, ରାଜ କିଶୋର ସାହୁ, ସହଦେଵ ବେହେରା, ଖିରୋଦ ପଟ୍ଟନାଏକ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ| ସେହିପରି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ଭବନଠାରୁ ଏକ ମୌନ ଶୋଭାଯାତ୍ରାରେ ବାହାରି ଶୈଳଶ୍ରୀ କ୍ଷେତ୍ରଠାରେ କଂଗ୍ରେସ କର୍ମୀମାନେ ଏକତ୍ର ହୋଇ ମହମ ବତୀ ଜାଳି ସୌମ୍ୟଶ୍ରୀଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *