Dharmendra Pradhan: ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଆସନ୍ତା ଜୁଲାଇ ୩ ତାରିଖ ରେ ତାଳଚେର ଗସ୍ତ କାର୍ଯ୍ୟକ୍ରମ ରହିଛି |କେନ୍ଦ୍ରମନ୍ତ୍ରୀ ପିଲାବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ହାଣ୍ଡିଧୂଆଁ ୟୁପି ସ୍କୁଲ ର ଉର୍ନ୍ନତିକରଣ କାର୍ଯ୍ୟ ର ଉଦଘାଟନ କାର୍ଯ୍ୟକ୍ରମ ରହିଛି |ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ତଥା ବନ ମୋହତ୍ସବ କାର୍ଯ୍ୟକ୍ରମ ରେ ଦୁଇଟି ସ୍ଥାନରେ ହାଣ୍ଡିଧୂଆଁ ଓ ହିଙ୍ଗୁଳା ମନ୍ଦିର ନିକଟରେ 5000 ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେବେ |ପରେ ମା ହିଙ୍ଗୁଳା ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚନା କରିବା ସହ ବ୍ୟାପକ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେବେ |ସେଠାରୁ ଛେଣ୍ଡିପଦା ଯାଇ ଗରିବ କଲ୍ୟାଣ ସମାବେଶ ରେ ଯୋଗଦେବେ |କେନ୍ଦ୍ରମନ୍ତ୍ରୀ ଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲୁ ରହିଛି |ଆଜି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଦେଉଳବେଡା ଡିସିଆଇ କ୍ଲବ ଠାରେ ତାଳଚେର ନିର୍ବାଚନ ମଣ୍ଡଳୀ ର ସମସ୍ତ ୬ ଟି ମଣ୍ଡଳ ର କାର୍ଯ୍ୟକର୍ତା ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ତାଳଚେର ରେ ହାଣ୍ଡିଧୂଆଁ ୟୁପି ସ୍କୁଲ, ବନମୋହତ୍ସବ ଓ ହିଙ୍ଗୁଳା ମନ୍ଦିର କାର୍ଯ୍ୟକ୍ରମ ତିନୋଟି କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଥିଲା |କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ କୁ କିଭଳି ସଫଳ କରାଯିବ ସେଥିପ୍ରତି କାର୍ଯ୍ୟକର୍ତା ମାନେ ସାମୁହିକ ଭାବେ ବିଭିନ୍ନ ମୋର୍ଚ୍ଚା ର କାର୍ଯ୍ୟକର୍ତା ମାନେ ଏକତ୍ରିତ ହୋଇ ସ୍ୱାଗତ କରିବା ଉପରେ ଜିଲ୍ଲା ସଭାପତି ପ୍ରକାଶ କରିଥିଲେ |ରତ୍ନାକର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ମଣ୍ଡଳ ସଭାପତି ଅଜୟ ସାହୁ, ସନ୍ତୋଷ ମହାନ୍ତି, ରାଜେଶ ଦଳେଇ ଓ ମାନସ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ଉପରେ ବ୍ୟାପକ ଭାବେ ଆଲୋଚନା କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ୬ ଟି ମଣ୍ଡଳ ର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |