Spread the love

Angul News: ଅନୁଗୁଳ: ଆଜି ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତକୋଶିଆ ମଣ୍ଡଳ ପକ୍ଷରୁ ଟାଇଁସି ଠାରେ ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଏକ ବିଶାଳ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଅପରେସନ୍ ‘ସିନ୍ଦୂର’ର ସଫଳତା ପରେ ଭାରତୀୟ ସେନାର ଶୌର୍ଯ୍ୟକୁ ସମ୍ମାନ ଜଣାଇବା ଥିଲା ଏହି ଶୋଭା ଯାତ୍ରାର ମୂଳ ଲକ୍ଷ୍ୟ। ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଯେଭଳି ପଡ଼ୋଶୀ ପାକିସ୍ଥାନର ଆତଙ୍କବାଦୀ ମାନଙ୍କୁ ତାଙ୍କ ଦେଶ ଭିତରେ ପଶି ଭାରତୀୟ ସେନା ଦୃଢ଼ ଜବାବ୍ ଦେଇଛି ସେଥିପାଇଁ ସାରା ଭାରତ ବର୍ଷରେ ସେନାର ଶୌର୍ଯ୍ୟକୁ ସମ୍ମାନ ପ୍ରଦାନ କରାଯାଉଛି।ସେଇ ପରିପ୍ରେକ୍ଷୀରେ ଆଜି ସାତକୋଶିଆ ମଣ୍ଡଳ ସଭାପତି ରାଜୁ ପଲେଇଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରାରେ ସାତକୋଶିଆ ମଣ୍ଡଳର ଶହ ଶହ ଜନ ସଧାରଣ ସାମିଲ ହୋଇ ଦେଶ ମାତୃକାର ବୀର ଯବାନ ମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ,ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ପ୍ରଧାନ,ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ବିଧାୟକ ରମେଶ ସାଏ,ବରିଷ୍ଠ ନେତା ପରେଶ୍ ଦେଓ, ପ୍ରଭାତ ମିଶ୍ର, ଅନନ୍ତ ବାସୁଦେବ, ଜନାର୍ଦ୍ଦନ ସାହୁ, ଅନନ୍ତ ବେହେରା, ସୁବୋଧ ବେହେରା, ଶରତ ପ୍ରଧାନ, ବେଦବ୍ୟାସ ପ୍ରଧାନ, ବିମ୍ବାଧର ପ୍ରଧାନ,ଲକ୍ଷ୍ମଣ ସାହୁ, ଟୁନା ପ୍ରଧାନ, ରୁନା ପ୍ରଧାନ, ବିକାଶ ପ୍ରଧାନ, ତ୍ରିଲୋଚନ ଜେନାଙ୍କ ସମେତ ସାତକୋଶିଆ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା,କର୍ମୀ,ସ୍ଵୟଂ ସହାୟକ ଗୋଷ୍ଠୀ,ସିଆରପି ତଥା ସ୍ଥାନୀୟ ଅଞ୍ଚଳର ଶହ ଶହ ପୁରୁଷ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଏବଂ ଭାରତ ମାଟି ପାଇଁ ସହିଦ୍ ହୋଇଥିବା ଟାଇଁଶି ଗାଁର ସନ୍ତାନ ବୀର ଯବାନ ସୁଶାନ୍ତ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ପିତାଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।

Leave a Reply

Your email address will not be published. Required fields are marked *