ରେଙ୍ଗାଳି ୨୬.୫ କଣିହାଁ ବ୍ଲକ ରେଙ୍ଗାଳି ପୋଲିସ ଆଜି ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି । ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପୋଲିସ ସୂତ୍ରରୁ ପ୍ରକାଶ କଣିହାଁ ବ୍ଲକ ଅର୍କିଳ ପଞ୍ଚାୟତ ବେହେରା ଭୂଇଁ ଗ୍ରାମରେ ଦେଶୀ ବନ୍ଧୁକ ତିଆରି ହେଉଥିବାର ଏକ ବିଶ୍ଵସ୍ତ ଖବର ରେଙ୍ଗାଳି ପୋଲିସ ପାଖରେ ପହଞ୍ଚିଥିଲା। ରେଙ୍ଗାଳି ଥାନା ଅଧିକାରୀ ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ପୋଲିସ ସଦଳବଳେ ଗ୍ରାମରେ ଚଢାଉ କରି ଗ୍ରାମର ରାଜନ କିସାନ ଘରୁ ଦେଶୀ ବନ୍ଧୁକ ତିଆରି କରିବା ପାଇଁ ଥିବା ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ରାଜନ କିସାନ (୫୦) କୁ ଗିରଫ କରି କୋର୍ଟ ଚାଲାଣ କରିଛି