Spread the love

ଅନୁଗୋଳ: ଗତକାଲି ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅପରେଶନ ସିନ୍ଦୂରରେ ସହୀଦ ହୋଇ ଯାଇଥିବା ବୀର ଜବାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବୀରତ୍ୱ ଓ ବଳିଦାନର ସମ୍ମାନ ଜଣାଇ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅପରେଶନ ସିନ୍ଦୂରରେ ସହୀଦ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ମହମ ବତୀ ପ୍ରଜ୍ଜଳନ କରାଯାଇ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ନିଜର ବକ୍ତବ୍ୟ ରଖି ଜିଲ୍ଲାର ବିଭିନ୍ନ ବକ୍ତାମାନେ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗେଇ ଯେଉଁ ଯବାନମାନେ ଆମମାନଙ୍କୁ ନିଶ୍ଚିତରେ ବଞ୍ଚିବାର ସୁଯୋଗ ଦେଉଛନ୍ତି, ସେମାନଙ୍କ ବଳିଦାନକୁ ଯେତେ ଗାନ କଲେ ବି କମ ହେବ। କିନ୍ତୁ ରାଜନୈତିକ ଅଭିସନ୍ଧି ରଖି ସୁରକ୍ଷାକୁ ଢିଲା କରି ଯେଭଳି ୨୬ଜଣ ପର୍ଯଟକଙ୍କୁ ଆତଙ୍କବାଦୀ ଜରିଆରେ ମରଣ ମୁହଁକୁ ଠେଲି ଦିଆଗଲା ଓ ଯୁଦ୍ଧ ଭଳି ଏକ ସଙ୍କଟ ଦେଶବାସୀଙ୍କ ମନରେ ଭରି ଦିଆଗଲା, ତାହା ନିଶ୍ଚିତଭାବରେ ନିନ୍ଦନୀୟ ଘଟଣା। ଭାରତବର୍ଷର ସେନାବାହିନୀର ଶୌର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ, ଦେଶପ୍ରେମ, କର୍ତ୍ତବ୍ୟ ନିଷ୍ଠା ଓ ବଳିଦାନକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଶଂସା କରାଯାଇ ସାଧୁବାଦ ଜଣାଇଥିଲେ। ଦେଶର ଏଭଳି ଘଡିସନ୍ଧି ଓ ସଙ୍କଟ ସମୟରେ ଦେଶବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରା ରହିବା ଉଚିତ ଓ ତାହା ଭାରତୀୟ ଜାତୀୟ କଂଗ୍ରେସ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରି ପ୍ରମାଣ କରି ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, ପୂର୍ବତନ ବିଧାୟକ ପ୍ରାର୍ଥୀ ତାଳଚେର ପ୍ରଫୁଲ୍ଲ ଦାସ, ଛେଣ୍ଡିପଦା ନରୋତ୍ତମ ନାଏକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, କସିଦା ଖାନ, ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ, ବରିଷ୍ଠ କଂଗ୍ରେସ ନେତା ଉମେଶ ଚନ୍ଦ୍ର ସାହୁ, ବଲବୀର ସିଂହ, ରାଜ କିଶୋର ସାହୁ, ସହଦେବ ବେହେରା, ପ୍ରମୋଦ ସାହୁ, ତପନ ପ୍ରଧାନ, ଜଗନ୍ନାଥ ମହାଳିକ ସମେତ ଶତାଧିକ ଛାତ୍ର, ଯୁବ, ମହିଳା ଓ କଂଗ୍ରେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *