ତାଳଚେର /କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲଜ ଲୋଧାଝରି ଗ୍ରାମର ଝିଅ ସୁଭଦ୍ରା ର ବିଭତ୍ସ ହତ୍ୟା ଘଟଣା ସମଗ୍ର ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରିଛି |ଆଜି ବୁଧବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୁଭଦ୍ରା ପରିବାର ଙ୍କୁ ଭେଟି ସମବେଦନା ଜଣାଇଛନ୍ତି |ସୁଭଦ୍ରା ହତ୍ୟାକାରୀ ଙ୍କୁ ଖୁବଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି ସାଂସଦ ପ୍ରକାଶ କରିଛନ୍ତି |ଏ ମର୍ମରେ ସେ ପୋଲିସ ଉଚ୍ଚପଦସ୍ଥ ଅଧିକାରୀ ଆଇ ଜୀ, ଏସ ପି ଓ ଜିଲ୍ଲାପାଳ ଙ୍କ ସହ କଥା ହୋଇଛନ୍ତି ଏବଂ ପୋଲିସ ଖୁବଶୀଘ୍ର ଅପରାଧୀ ଙ୍କୁ ଗିରଫ କରିବ ବୋଲି ପୋଲିସ ର ବରିଷ୍ଠ ଅଧିକାରୀ ମାନେ କହିଛନ୍ତି ବୋଲି ପ୍ରକାଶ କରିଥିଲେ |ଏଭଳି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ ଏବଂ ଏଭଳି ଅମାନବୀୟ ଅପରାଧ ଘଟାଇଥିବା ଅପରାଧୀ ଙ୍କୁ ଏଭଳି ଦଣ୍ଡ ମିଳିବା ଦରକାର ଯାହାକୁ ଦେଖି ସମାଜରେ ଅପରାଧ ଘଟଇବା ପାଇଁ ଅପରାଧୀ ମାନେ ସାହସ କରି ପାରିବେ ନାହିଁ ବୋଲି ସେ କହିଛନ୍ତି |ସାଂସଦ ଙ୍କ ସହ ବରିଷ୍ଠ ବିଜେପି ନେତା ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ପ୍ରହଲ୍ଲାଦ ସାମଲ, ଜଗମୋହନ ପ୍ରଧାନ, ଦେବେନ୍ଦ୍ର ବାରିକ, ଇଂ ଭରତ କୁମାର ସାହୁ, ତ୍ରିପୁରାରୀ ପ୍ରଧାନ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |