ଅନୁଗୁଳ: କଣିହାଁ ବ୍ଲକ ଲୁଧାଝରି ଗାଁର ସୁଭଦ୍ରା ନାମ୍ନୀ ଯୁବତୀଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇ ଦେଇଥିବାବେଳେ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋରତମ ଦଣ୍ଡବିଧାନ କରିବା, ଶିଶୁ କନ୍ୟା, ଛାତ୍ରୀ, ଯୁବତୀ ସର୍ବୋପରି ମହିଳା ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା, ଅପରାଧ ଘଟିବାର ମୂଳ ଉତ୍ସ ମଦମାଦକଦ୍ରବ୍ୟ, ଡ୍ରଗସ୍, ବ୍ରାଉନ୍ ସୁଗାର ସମେତ ଅଶ୍ଳୀଳତା, ଅପସଂସ୍କୃତିର ପ୍ର·ର ପ୍ରସାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଦାବି କରି ଆଜି ପୂର୍ବାହ୍ନରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ (ଏ.ଆଇ.ଏମ୍.ଏସ୍.ଏସ୍), ଯୁବ ସଂଗଠନ (ଏ.ଆଇ.ଡି.ୱାଇ.ଓ) ଏବଂ ଛାତ୍ର ସଂଗଠନ (ଏ.ଆଇ.ଡି.ଏସ୍.ଓ) ପକ୍ଷରୁ ମିଳିତ ଭାବେ ଅନୁଗୁଳ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ପୂର୍ବରୁ ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ରାଜାଛକ ଠାରେ ପହଞ୍ଚô ଥିଲା । ସେଠାରେ ମହିଳାନେତ୍ରୀ ସରୋଜିନୀ ନାୟକଙ୍କ ପରି·ଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଏ.ଆଇ.ଏମ୍.ଏସ୍.ଏସ୍.ର ରାଜ୍ୟ ସଭାନେତ୍ରୀ ସ୍ୱୟଂପ୍ରଭା ନାୟକ, ପ୍ରତିମା ବେହେରା, ଡି.ୱାଇ.ଓ. ରାଜ୍ୟ ସଭାପତି ମାନସ ପାଳ, ଭରତ ନାଏକ, ଜ୍ୟୋତ୍ସ୍ନା ସାମଲ, ଡି.ଏସ୍.ଓ ସଂଗଠକ ନାରାୟଣ ନାୟକ ଓ ସରୋଜିନୀ ବେହେରା ପ୍ରମୁଖ ବକ୍ତବ୍ୟରଖି ଯୁବତୀ ନିଖୋଜ ହେବାପରେ ରେଳବାଇ ପୋଲିସର ତଦନ୍ତରେ ଅବହେଳାକୁ ନିନ୍ଦାକରିବା ସହ ତୁରନ୍ତ ଅପରାଧିମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ପାଇଁ ଦାବି କରିଥିଲେ । ଏ ସମ୍ପର୍କରେ ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରିବାସହ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ନିରଞ୍ଜନ ନାୟକ, ମଳୟ ବେହେରା, ପବିତ୍ର ମହାକୁଡ, ଉଲ୍ଲାସ ମୁଦୁଲି, ଲମ୍ବୋଦର ପଣ୍ଡା, ସୁରୁଚି ପ୍ରଧାନ, ନିରୂପମା ନାୟକ ପ୍ରମୁଖ ସାମିଲ ଥିଲେ ।