Spread the love

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ୱାକଫ ସୁଧାର ଜନ ଜାଗରଣ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାରେ ୱାକଫ ଆଇନ ସଂଶୋଧନ ଉପରେ କର୍ମଶାଳାମାନ କରାଯାଇ ବିଜେପି କାର୍ଯ୍ୟକର୍ତା ଓ ବୁଦ୍ଧିଜୀବୀ ମାନଙ୍କୁ ଉକ୍ତ ନୂତନ ଆଇନ ବିଷୟରେ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରବିବାର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗଦେଇ ବିସ୍ତୃତ ଭାବେ ୱାକଫ ବୋର୍ଡର ପୂର୍ବ ଆଇନ ଓ ବର୍ତ୍ତମାନ କଣ ସବୁ ସଂଶୋଧନ ହୋଇଛି ସେ ବିଷୟରେ ଅବଗତ କରାଇଥିଲେ। ରାଜ୍ୟରେ ୱାକଫ ବୋର୍ଡ ଏବଂ ଦେଶରେ ୱାକଫ କାଉନସିଲ ରହିଥିଲା। ୱାକଫ ବୋର୍ଡରେ ମହିଳାମାନଙ୍କର ଭାଗିଦାରୀ ନଥିଲା ଏବଂ ସରକାର ଚାହିଁଲେ ତାକୁ ଅଡିଟ କିମ୍ବା କୌଣସି ହସ୍ତକ୍ଷେପ କରି ପାରୁ ନଥିଲେ। ବ୍ରିଟିଶ ସମୟରେ ଏହା ଗଠିତ ହୋଇଥିବା ବେଳେ ତତ୍କାଳୀନ କଂଗ୍ରେସ ସରକାର 1954 ଏବଂ 1964ରେ ଏହାକୁ ଆଇନରେ ପରିଣତ କରି କିଛି ମୁଷ୍ଟିମେୟ ଲୋକଙ୍କର ହିତ ସାଧନ ଓ ଭୋଟ ବ୍ୟାଙ୍କ ପଲିଟିକ୍ସ ଉଧେଶ୍ୱରେ ଉକ୍ତ କାର୍ଯ୍ୟ କରି ଆସୁଥିଲେ।

ୱାକଫ ନାମରେ ଦେଶରେ 9.54 ଲକ୍ଷ ଏକର ଜମି ଥିବା ବେଳେ ବହୁ ସ୍ଥାବର ଓ ଆସ୍ଥାବର ସମ୍ପତ୍ତି ରହିଛି। 80 ପ୍ରତିଶତ ୱାକଫ ବୋର୍ଡ ଆଜି ଦୁର୍ବଳ ଅବସ୍ଥାରେ ଅଛି, ଯେଉଁ ଉଦ୍ଦେଶ୍ୟରେ ଏହା ଗଠନ କରାଯାଇଥିଲା ତାଠାରୁ ବହୁ ଦୁରରେ ଉକ୍ତ ବୋର୍ଡ କାର୍ଯ୍ୟ କରୁଥିଲା, ଗରିବ ମାନଙ୍କର କୌଣସି କାର୍ଯ୍ୟରେ ନ ଆସି ଦେଶ ବିରୋଧୀ କାର୍ଯ୍ୟରେ ଉକ୍ତ ସନ୍ଥାର ଅର୍ଥ ନିୟୋଜିତ ହେଉଥିଲା। ବ୍ୟାପକ ଭାବେ ଘୋଟଲା ଯେପରି କର୍ଣ୍ଣାଟକରେ ୱାକଫ ସମ୍ପତ୍ତିରେ ଦୁଇ ଲକ୍ଷ କୋଟିର ଘୋଟଲା ହୋଇଥିବାର ଗଣମାଧ୍ୟମ ପ୍ରକାଶ କରିଥିଲା।

ନରେନ୍ଦ୍ର ମୋଦୀ ସରକାର ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ, ସବକା ପ୍ରୟାସ କୁ ପାଥେୟ କରି ୱାକଫ ଆଇନ ରେ ସଂଶୋଧନ କରାଇ ଛନ୍ତି, ଯାହାକି ୱାକଫ ବୋର୍ଡ ରେ ହିସାବ କିତାବ ସଠିକ ଭାବେ ଲିପିବଦ୍ଧ ହେବ ଏବଂ ସରକାର ଙ୍କ ନିକଟରେ ସେମାନେ ଉତ୍ତରଦାୟୀ ରହିବେ, ଜିଲ୍ଲାପାଳ ମାନେ ଜିଲ୍ଲା ମଧ୍ୟରେ ଥିବା ୱାକଫ ବୋର୍ଡ କୁ ନୂତନ ନିୟମାନୁଯାୟୀ ତଦାରଖ କରି ପାରିବେ, ଏବଂ ବୋର୍ଡ ରେ ମହିଳା ମାନେ ରହି ପାରିବେ |ଫଳରେ ମୁସଲମାନ ଗରିବ ଓ ମହିଳା ମାନ ଙ୍କୁ ହକ ମିଳିବ ବୋଲି ଶ୍ରୀଯୁକ୍ତ ଟୁଡୁ ପ୍ରକାଶ କରିଥିଲେ |ଉକ୍ତ କର୍ମଶାଳା ରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ , ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏସ କେ ମିନାଉଦ୍ଧିନ, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷ ରାୟ ଓ ପ୍ରକାଶ ମହାରଣା ପ୍ରମୁଖ ୱାକଫ ଆଇନ ଉପରେ ବିଶେଷ ଭାବେ ପ୍ରକାଶ କରିଥିଲେ |ବିଜେପି ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଟ ର ଆବାହକ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ ଙ୍କ ସମେତ ବହୁ ବ୍ୟକ୍ତି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ କର୍ମଶାଳା କୁ ସଂଯୋଜନା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଚୌଧୁରୀ ପ୍ରଧାନ, ବିଶ୍ୱଜିତ ମିଶ୍ର, ବିଜୟ ମାଝୀ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବସନ୍ତ ମଞ୍ଜରୀ ପ୍ରଧାନ, ଚିତ୍ତରଞ୍ଜନ ମେହେର, ସିଦ୍ଧାର୍ଥ ରାଉତରାୟ, ସମୀର ପରିଡା ଙ୍କ ସମେତ ଜିଲ୍ଲା ର ସମସ୍ତ ମଣ୍ଡଳ ର ସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ର ପଦାଧିକାରୀ, ବୁଦ୍ଧିଜୀବୀ ଙ୍କ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *