Angul News: ଅନୁଗୁଳ: ସମ୍ବଲପୁରଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଜନଶୁଣାଣୀ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ୯୨ଟି ଗ୍ରାମର ଚକବନ୍ଦୀ ରେକର୍ଡ ଉଚ୍ଛେଦ କରି ଶାବକ ଦଖଲ ପ୍ରଜାଙ୍କୁ ପଟ୍ଟା ପ୍ରଦାନ ଏବଂ ଚକବନ୍ଦୀ ଗ୍ରାମ ଭୋଗବେରଣୀ ଠାରୁ ମଝିକା ପର୍ଯ୍ୟନ୍ତ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ୍ ପାଇଁ ଜମି ଅଧିଗ୍ରହଣର କ୍ଷତିପୂରଣ ରାଶି ଶାବକ ଦଖଲ ପ୍ରଜାଙ୍କୁ ପ୍ରଦାନ କରିବା ଦାବିରେ ·ଷୀ ସୁରକ୍ଷା କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନ, ସମ୍ପାଦକ ହେମନ୍ତ କୁମାର ଦାସ, ସଭ୍ୟ ଅବସରପ୍ରାପ୍ତ ତହସିଲଦାର ବସନ୍ତ କୁମାର ଦାସ, ସହସମ୍ପାଦକ କାଳୀଚରଣ ପ୍ରଧାନ, କୁଳମଣି ସାହୁ, ସୁରେଶ ଚନ୍ଦ୍ର ଧର ଏବଂ ଅଭୟ କୁମାର ଧର ପ୍ରମୁଖ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ଯାଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅନୁଗୁଳ ଜିଲ୍ଲାର ଅସମତଳ ଏବଂ ଅଣଜଳସେଚିତ ୯୨ଟି ଗ୍ରାମର ଜମିକୁ ଯୋରଜବରଦସ୍ତ ଚକବନ୍ଦୀ ରେକର୍ଡ କରି କୌଣସି ପ୍ରଜାକୁ ଦଖଲ ନଦେବା ଫଳରେ ପ୍ରଜାମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ·ଷୀ ସୁରକ୍ଷା କମିଟି ଗଣଆନେ୍ଦାଳନ ଜରିଆରେ ସରକାରଙ୍କୁ ଅବଗତ କରାଯାଇଅଛି । ସମସ୍ୟାର ସମଧାନ ପାଇଁ ସରକାରଙ୍କ ଯେପରି ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ସେହିପରି ଦାବିପୂରଣ ପର୍ଯ୍ୟନ୍ତ ଜନସାଧାରଣଙ୍କର ସଚେତନ ସଂଗଠିତ ଐକ୍ୟବଦ୍ଧ ଗଣଆନେ୍ଦାଳନ ମଧ୍ୟ ଆବଶ୍ୟକତା ରହିଛି ବୋଲି କମିଟିର କର୍ମକର୍ତ୍ତା ଏକ ବିବୃତ୍ତିରେ ଜଣାଇଅଛନ୍ତି ।