ଅନୁଗୁଳ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉପସ୍ଥିତି ରେ ଗୁରୁବାର ଭୁବନେଶ୍ୱର ଠାରେ ସମଗ୍ର ପ୍ରଦେଶ ର 9023 କୋଟି ଟଙ୍କାର 19 ଟି ପ୍ରକଳ୍ପ ର ଶୁଭ ଓ ଉଦଘାଟନ କରିଛନ୍ତି |ସେଥି ମଧ୍ୟରୁ ଅନୁଗୁଳ ଜିଲ୍ଲାର ଵଅଁରପାଳ ଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ 17କିଲୋମିଟର ରାସ୍ତା (ଏନ ଏଚ 53 ଓ 149 )ର ଚାରି ଲାଇନ କାର୍ଯ୍ୟ ପାଇଁ ଶିଳାନ୍ୟାସ ହୋଇଯାଇଛି |ଉକ୍ତ ରାସ୍ତା ଉପରେ ଦେନିକ ହଜାର ହଜାର ଗାଡି ଚଳାଚଳ କରୁଥିବା ବେଳେ ସାଧାରଣ ଲୋକ ଉକ୍ତ ରାସ୍ତାର ଉର୍ନ୍ନତି ନେଇ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲେ |ବିଗତ ଦିନରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାମାଜିକ ସଂଗଠନ ଉକ୍ତ ରାସ୍ତାକୁ ଚାରି ଲାଇନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ପ୍ରଚେଷ୍ଟା ରେ ଗତକାଲି ଉକ୍ତ ରାସ୍ତା ଚାରି ଲାଇନ କରିବା ପାଇଁ ଶିଳାନ୍ୟାସ ହୋଇଥିବାରୁ ସମଗ୍ର ଅଂଚଳ ରେ ଖୁସିର ମାହୋଲ ଖେଳି ଯାଇଛି |ଏଥିପାଇଁ ବିଜେପି ଅନୁଗୁଳ ଜିଲ୍ଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିତିନ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି |ଆଜି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ଏନଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତା ମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବୋଲି ପ୍ରେସ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।