Angul News: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଭିନ୍ନ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ୧୮ ତାରିଖରେ ଅନୁଗୁଳ ଜିଲ୍ଳା ପାଲଲହଡ଼ାରେ ଏହାର ଲୋକାଭିମୂଖୀ ପ୍ରକଳ୍ପ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ କରାଯାଇଛି । କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସମ୍ବଦ୍ଧୀୟ ସମସ୍ୟାର ସମାଧାନ ତଥା ବିଶେଷକରି ରକ୍ତହୀନତା ସମସ୍ୟା ଦୂର ଲକ୍ଷ୍ୟରେ ଏହି କିଶୋରୀ ଏକ୍ସପ୍ରେସ କାର୍ଯ୍ୟ କରି ଆସୁଛି ।
କିଶୋରୀ ଏକ୍ସପ୍ରେସରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏକ ଟଚସ୍କ୍ରିନ କମ୍ପୁ୍ୟଟର, ରକ୍ତପରୀକ୍ଷା ଉପକରଣ, ଆଇଏଫଏ ବଟିକା, ସାନାଟାରୀ ପ୍ୟାଡ୍, ଲାନସେଟ୍ ଛୁଞ୍ଚି ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଉପଲବ୍ଧ ରହୁଛନ୍ତି । ଏହି ‘କିଶୋରୀ ଏକ୍ସପ୍ରେସ’କୁ ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଲୋକ ମହାନ୍ତି, ଅନୁଗୁଳ ଜିଲ୍ଲା ସିଡିଏମଓ ଆଣ୍ଡ ପିଏଚଓ ଡାକ୍ତର ଶିବାନନ୍ଦ ମହାନ୍ତି ଏବଂ ପାଲଲହଡ଼ା ଉପ-ଜିଲ୍ଲାପାଳ ସୁଶାନ୍ତ କୁମାର ପତି ଲୋକାର୍ପଣ କରିଥିଲେ ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡାକ୍ତର ପୂର୍ଣ୍ଣିମା ଉଦଗାତା, ପାଲଲହଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ରୀନାରାଣୀ ନାୟକ, ପାଲଲହଡ଼ା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ସାବିତ୍ରୀ ମାଝୀ, ପାଲଲହଡ଼ା ବିଡିଓ ନିଶାନ ମିଶ୍ର , ସୁପରିଟେଣ୍ଡଣ୍ଟ ଏସଡିଏଚ ଆଣ୍ଡ ଏସଡିଏମଓ ଡ. ଜାମିନୀ ଭୂଷଣ ପଟ୍ଟନାୟକ, ସିଡିପିଓ ଶ୍ରୀମତି ବିଜୟ ଲକ୍ଷ୍ମୀ ମହାନ୍ତ, ଖମାର ବିପିଏଚଓ ଡାକ୍ତର ଶଶିକାନ୍ତ ବେହେରା, ପାଲଲହଡ଼ା ଏବିଇଓ, ବସନ୍ତ କୁମାର ସାସନି ଏବଂ ଜେଏସପି ଅନୁଗୁଳ ସିଏସଆର ମୁଖ୍ୟ ଶ୍ରୀ ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ଶ୍ରୀ ଅଶୋକ ମହାନ୍ତି ଜିନ୍ଦଲ ଫାଉଣ୍ଡେସନର ସମ୍ପ୍ରଦାୟ କଲ୍ୟାଣ ପାଇଁ ଦେଖାଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି, “କିଶୋରୀ ଏକ୍ସପ୍ରେସ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଆଣିବା ତଥା ଗ୍ରାମାଞ୍ଚଳର ଯୁବତୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବ”।
କିଶୋରୀ ଏକ୍ସପ୍ରେସ ଜିନ୍ଦଲ ଫାଉଣ୍ଡେସନ୍ ଦ୍ୱାରା ଏକ ସହଯୋଗୀ ପ୍ରକଳ୍ପ ଯେଉଁଥିରେ ସ୍ୱାସ୍ଥ୍ୟ, ଆଇସିଡି ଏସ୍ ଏବଂ ଶିକ୍ଷା ବିଭାଗର ସହଯୋଗ ରହିଛି । ସଚେତନତା ଏବଂ ଶିକ୍ଷା ମାଧ୍ୟମରେ କିଶୋରୀମାନଙ୍କ ମଧ୍ୟରେ ରକ୍ତହୀନତାକୁ ଦୂର କରିବା ପାଇଁ ଏହା ଏକ ବ୍ୟାପକ ପଦକ୍ଷେପ |
ଏହି ପ୍ରକଳ୍ପ ହେମୋଗ୍ଲୋବିନ ସ୍ତରର ଉନ୍ନତି ଏବଂ କିଶୋର ବାଳିକା ଏବଂ ସେମାନଙ୍କ ପିତାମାତାଙ୍କୁ ନିମ୍ନ ସ୍ତରର ହେମୋଗ୍ଲୋବିନ ବା ରକ୍ତହୀନତା ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନ ବିଷୟରେ ଶିକ୍ଷା ଦେବା ଉପରେ ଧ୍ୟାନ ଦେଇଥାଏ | ସେହିପରି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ଉତ୍ସାହିତ କରିଥାଏ।
ଏହି ଭ୍ରାମ୍ୟମାଣ ଗାଡ଼ିରେ ସ୍ୱାସ୍ଥ୍ୟକର୍ମୀ ଓ ସହଯୋଗୀ କର୍ମଚାରୀ ରହି, ପାଲଲହଡ଼ା ବ୍ଲକର ୨୭ଟି ପଂଚାୟତର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଭ୍ରମଣ କରିବେ ଏବଂ ଏହି ଟିମ ଯୋଜନାର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ସହ ଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ ।
ଜିନ୍ଦଲ ଫାଉଣ୍ଡେସନ ଏହି ‘କିଶୋରୀ ଏକ୍ସପ୍ରେସ’ ପଦକ୍ଷେପ ମାଧ୍ୟମରେ ଭାରତର ୪ ଟି ରାଜ୍ୟରେ ଏପର୍ଯ୍ୟନ୍ତ ରକ୍ତହୀନତାର ବିଭିନ୍ନ ପର୍ଯ୍ୟାୟରେ ୭.୫ ଲକ୍ଷରୁ ଅଧିକ କିଶୋରୀ ଙ୍କ ହେମୋଗ୍ଲୋବିନ ସ୍ତରରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି।