angul news: ତାଳଚେର : ତାଳଚେର ରେ ବିଜେପି ର ସଂଗଠନ ପର୍ବ ତଥା ସଦସ୍ୟତା, ସକ୍ରିୟ ସଦସ୍ୟ ଏବଂ ଦଳୀୟ ନିର୍ବାଚନ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |ବରିଷ୍ଠ ବିଜେପି ନେତା ତଥା ତାଳଚେର ବିଧାନସଭା ନେତା କାଳନ୍ଦି ଙ୍କ ପରାମର୍ଶ କ୍ରମେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା |ସକ୍ରିୟ ସଦସ୍ୟତା ଦାୟିତ୍ୱ ରେ ଥିବା ଜିଲ୍ଲା ଉପ ସଭାପତି ନୃସିଂହ ବରାଳ ଉକ୍ତ ବୈଠକରେ ଯୋଗଦେଇ ସକ୍ରିୟ ସଦସ୍ୟତା ପ୍ରତି ବୁଥ ସ୍ତରରୁ କରିବା ଉପରେ ଜୋର ଦେଇଥିଲେ |ତାଳଚେର ନିର୍ବାଚନ ମଣ୍ଡଳୀ ର ଅଧ୍ୟାବଧି 300 ରୁ ଉର୍ଦ୍ଧ ସକ୍ରିୟ ସଦସ୍ୟ ହୋଇ ସାରିଲେଣି ବୋଲି ସେ ପ୍ରକାଶ କରିଥିଲେ |ତାଳଚେର ନିର୍ବାଚନ ମଣ୍ଡଳୀ ର ସଦସ୍ୟତା ଦାୟିତ୍ୱ ରେ ଥିବା ବରିଷ୍ଠ ବିଜେପି ନେତା ପର୍ଶୁରାମ ବାରିକ ଯୋଗଦେଇ ତାଳଚେର ରେ 30000 ରୁ ଉର୍ଦ୍ଧ ସଦସ୍ୟ ହୋଇଥିବା ବେଳେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ 50 ହଜାର ସଦସ୍ୟ କରିବାକୁ ପରାମର୍ଶ ଦେଇଥିଲେ |ଚଳିତ ମାସ ମଧ୍ୟରେ ସଂଗଠନ ପର୍ବ ରେ ସମସ୍ତ ବୁଥ ରେ ସହମତି ରେ ନିର୍ବାଚନ କରାଇ ବୁଥ ସଭାପତି ଓ ବୁଥ କମିଟି ଗଠନ କରିବାକୁ ସେ କହିଥିଲେ |ସମସ୍ତ 6 ଟି ମଣ୍ଡଳ ରେ ଯଥା ବ୍ରାହ୍ମଣୀ, କଣିହାଁ, ହିଙ୍ଗୁଳା, ସାରଶକ୍ତି, ରେଳ ଓ ପୌର ମଣ୍ଡଳ ରେ ଯଥାକ୍ରମେ ବୃନ୍ଦାବନ ବେହେରା, ପ୍ରଶାନ୍ତ ସାହୁ, ଲୋକନାଥ ସାହୁ, ନିରୋଜ ଦାସ, ଗୋପାଳ ଚନ୍ଦ୍ର ସାହୁ ଓ ଖଇରା ପ୍ରଧାନ ଙ୍କୁ ସଂଗଠନ ପର୍ବ ମଣ୍ଡଳ ନିର୍ବାଚନ ସହଯୋଗୀ ଭାବେ ଦାୟିତ୍ୱ ଦିଆ ଯାଇଛି ବୋଲି ସେ ପ୍ରକାଶ କରିଥିଲେ |ସମସ୍ତ ଶକ୍ତିକେନ୍ଦ୍ର ରେ ଅନୁରୂପ ଭାବେ ନିର୍ବାଚନ ସହଯୋଗୀ ନିଯୁକ୍ତି ହୋଇ ବୁଥ ସ୍ତରରେ ନିର୍ବାଚନ କରାଯିବ ବୋଲି ପ୍ରକାଶ କରିଥିଲେ |ଉକ୍ତ ବୈଠକ ରେ ମଣ୍ଡଳ ସଭାପତି ରାଜେନ୍ଦ୍ର ସିଂହ, ସତ୍ୟବନ୍ତ ସାହୁ, ନରେନ୍ଦ୍ର ସାହୁ, ନରେଶ ଚନ୍ଦ୍ର ବେହେରା, ଲୋକନାଥ ସାହୁ, ସମସ୍ତ ମଣ୍ଡଳ ସାଧାରଣ ସମ୍ପାଦକ, ସକ୍ରିୟ ସଦସ୍ୟତା ସହଯୋଗୀ ମାନେ ଉପସ୍ଥିତ ଥିଲେ |