Spread the love

Angul News: ଅନୁଗୋଳ ୦୮.୧୧: ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ କୃଷକ ସମାବେଶ ରେ ସେ ଯୋଗଦେଇ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଏବେ ତୃଣମୂଳ ସ୍ତରର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହୁଞ୍ଚୁଚି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମେତ ଅନ୍ୟାନ୍ୟ ବିଭାଗର ଯୋଜନା ଗୁଡ଼ିକର ବ୍ୟାପକ ଜନସଚେତନତା ନିମନ୍ତେ ଉଦ୍ଧିଷ୍ଟ ଏହି ମେଳା ଅଧିକରୁ ଅଧିକ ହିତାଧିକାରୀଙ୍କୁ ଲାଭବାନ କରିବ ବୋଲି ଆଶା ପ୍ରକାଶ କରିଥିଲେ। ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ଵରେ ଭାରତ ଓ ଓଡ଼ିଶା ବିକାଶ ପଥରେ ଚାଲିଛି । ମହିଳା ଓ କୃଷକ ଉନ୍ନତିରେ ହି ଆତ୍ମ ନିର୍ଭର ଓଡ଼ିଶା ଓ ଭାରତ ସମ୍ଭବ l ଏହି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। ଏହି ମେଳାରେ , ମତ୍ସ୍ୟ, ପ୍ରାଣୀସମ୍ପଦ, ମିଶନ ଶକ୍ତି, ଜିଲ୍ଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ବିଭାଗର ମୋଟ ୩୦ ଗୋଟି ଷ୍ଟଲ ଖୋଲାଯାଇଛି। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନାନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଶ୍ରୀ ସୁଦୀପ ଗଡନାୟକ, ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ କୁଅଁର ମର୍ଣ୍ଡି, ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡ ନିରୋଦ ଦାସଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ କୃଷକ ବନ୍ଧୁମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *