Spread the love

Angul News: ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପରାମର୍ଶ କ୍ରମେ ଦୁର୍ଗମ ଅଂଚଳ ରେ ଦୁର୍ବିପାକ ମଧ୍ୟରେ ବସବାସ କରୁଥିବା ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ଙ୍କୁ ଦୀପାବଳି ଦିନ ଭେଟି ସମବେଦନା ଜଣାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି |କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ପ୍ରତିନିଧି ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ପାଣି ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ପୁରୁଣାକୋଟ ପଂଚାୟତ ର ଛୋଟକେଇ ଗ୍ରାମରେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ସତ୍ୟ ଧଳ (55)ଙ୍କର ପରିବାର ବର୍ଗ ଙ୍କୁ ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ବିଜେପି ନେତୃତ୍ୱ ଙ୍କ ସହ ମିଶି ତାଙ୍କ ବାସ ଭବନ ରେ ପହଂଚି ସମବେଦନା ଜଣାଇଛନ୍ତି |ଧାନ କ୍ଷେତ ଜଗିବା ପାଇଁ ଗଛ ଉପରେ ମଞ୍ଚ ରେ ଥିବା ବେଳେ ହାତୀ ମଞ୍ଚରୁ ଆଣି ସତ୍ୟ ଧଳ ଙ୍କୁ ଦଳି ମାରି ଦେଇଥିଲା |ସାଂସଦ ଙ୍କ ସହ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ସାତକୋଶିଆ ଡ଼ିଏଫଓ ସରୋଜ ପଣ୍ଡା, ପୁରୁଣା କୋଟ ଓ ପମ୍ପାସର ରେଞ୍ଜର ତଥା ବନବିଭାଗ ର ସମସ୍ତ ଅଧିକାରୀ ମୃତବ୍ୟକ୍ତି ଙ୍କ ଘରେ ପହଂଚି ଥିଲେ |ଢେଙ୍କାନାଳ ସାଂସଦ ଶ୍ରୀ ପାଣି ତାଙ୍କ ପରିବାର ଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସାହାର୍ଯ୍ୟ ସହ ବିଜେପି ପକ୍ଷରୁ ଲୁଗା ପଟା ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ |ସରକାର ଙ୍କ ତରଫରୁ 60000 ଟଙ୍କା ଦିଆଯାଇଥିବା ବେଳେ 540000 ଟଙ୍କା ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ଘୋଷଣା ପତ୍ର ସାଂସଦ ତାଙ୍କର ପୁତ୍ର ଶରତ ଧଳ ଙ୍କୁ ପ୍ରଦାନ କରିଥିଲେ |ମୃତ ବ୍ୟକ୍ତି ଙ୍କ ବିଧବା ପତ୍ନୀ ଙ୍କୁ ନିକଟସ୍ଥ ଇକୋ ଟୁରିଯିମ ସେଣ୍ଟର ରେ ଅନୁକମ୍ପା ମୂଳକ ନିଯୁକ୍ତି ଦିଆଯିବ ବୋଲି ଡ଼ିଏଫଓ ଶ୍ରୀ ପଣ୍ଡା କହିଥିଲେ |ବିଜେପି ସାତକୋଶିଆ ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ବିଶ୍ୱଜିତ ମିଶ୍ର, କେନ୍ଦ୍ରମନ୍ତ୍ରୀ ଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି ଆଡ଼ଭୋକେଟ ପ୍ରଦୀପ ପ୍ରଧାନ, ଝୁନୁବାଳା ପ୍ରଧାନ, ପ୍ରଭାତ ମିଶ୍ର, ସତ୍ୟଖିଲାର, ବନମାଳୀଧଳ, ଦୀପକଦାସ, ବିରେନ ଦାସ, ଅରବିନ୍ଦ ଦାସ, ଲିଟନ ସାହୁ, ବିକ୍ରମ ବେହେରାଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତା ଓ ବନବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ 

Leave a Reply

Your email address will not be published. Required fields are marked *