ତାଳଚେର: ଅନୁଗୁଳ ଜିଲ୍ଲା ହୋମଗାର୍ଡ ସଂଘ ର ବୈଠକ ଦେଉଳବେଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ ମାମି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋମଗାର୍ଡ ସଂଘ ର ରାଜ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ ଯୋଗଦେଇ ହୋମଗାର୍ଡ ମାନଙ୍କର ସମସ୍ୟା ପ୍ରତି ରାଜ୍ୟ ତଥା କେନ୍ଦ୍ର ସରକାର ସଚେତନ ଅଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହୋମଗାର୍ଡ ଙ୍କର ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି କିଛିଦିନ ପୂର୍ବରୁ ପ୍ରକାଶ କରିଛନ୍ତି ବୋଲି ସେ କହିଥିଲେ। ହୋମଗାର୍ଡ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା ସମସ୍ତ ଅଭିଯୋଗ ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କ ନିକଟରେ ପହଞ୍ଚାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି |ସଂଘ ର ଅନୁଗୁଳ ଜିଲ୍ଲା ଉପଦେଷ୍ଟା ଚିତ୍ତରଞ୍ଜନ ପାଣି ଓ ପ୍ରଭାତୀନୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ |ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା ଓ.କୋଷାଧକ୍ଷ ସୌଭାଗ୍ୟ ସାମଲ ଙ୍କ ସମେତ ଶତାଧିକ ହୋମଗାର୍ଡ ଉପସ୍ଥିତ ଥିଲେ |