Angul News: ଅନୁଗୋଳ: ଓଡ଼ିଶାର ପ୍ରତ୍ୟେକଟି ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଲୋକପ୍ରିୟତା ହାସଲ କରିପାରିଛି। ଓଡ଼ିଶାର କେନ୍ଦ୍ର ରେ ଅବସ୍ଥିତ ଅନୁଗୋଳ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ୫୦୦ ଶହ ରୁ ଉର୍ଦ୍ଧ ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ସୁଭଦ୍ରା ହିତାଧିକାରୀ ମା ମାନେ ଏହି ପଦଯାତ୍ରାରେ ଯୋଗଦେଇ ସ୍ଥାନୀୟ ଥାନା ଛକ, ବ୍ଲକ କାର୍ଯ୍ୟାଳୟ, ରାଜା ଛକ, ବଜାର ଦେଇ ଘରେ ଘରେ ସୁଭଦ୍ରା ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପରିଷଦ ଠାରେ ଆୟୋଜିତ ସ୍ୱାକ୍ଷର ଅଭିଯାନ ଏବଂ ଏହି ଯୋଜନା ସମ୍ପର୍କରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୂହ ଚର୍ଚ୍ଚା ( group discussion) jog dei ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସୂଚନା ଥାଉ କି, ଚଳିତ ମାସ ୧୭ ତାରିଖ ରେ ଏହି ଯୋଜନାର ଶୁଭାରମ୍ଭ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଭୁବନେଶ୍ଵର ଠାରେ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତିବର୍ଷ ୧୦ ହଜାର ଟଙ୍କା ( ୫୦୦୦ ଟଙ୍କା ଲେଖାଏ ଦୁଇଟି କିସ୍ତିରେ) ଦିଆଯିବାର ବ୍ୟବସ୍ଥା ରହିଛି। ହିତାଧିକାରୀ ମାନେ ଏହି ଯୋଜନାର ସୁବିଧା ପାଇବା ପାଇଁ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର ରେ ମାଗଣାରେ ଆବେଦନ କରିପାରିବେ। ଯୋଗ୍ୟ ହିତାଧିକାରୀ କେହି ଯେମିତି ବଞ୍ଚିତ ନ ରହିବେ, ସେ ଦିଗରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଦୃଷ୍ଟି ଦେଉଛି। ପ୍ରତି ବ୍ଲକ, ପଞ୍ଚାୟତ ଏବଂ ଗ୍ରାମରେ ଏହି ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ନିମନ୍ତେ ସଚେତନ ରଥ ଏବଂ ବିଭିନ୍ନ ସୂଚନା, ଶିକ୍ଷା ଓ ଯୋଗାଯୋଗ ( IEC) ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ବର୍ତ୍ତମାନ ଜିଲ୍ଲାର କିଛି ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଆସିବା ଆରମ୍ଭ ହୋଇଥିବାରୁ, ଜନ ସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆଜିର ପଦଯାତ୍ରାରେ ରେ ଜିଲ୍ଲା ପରିଷଦ ର ଅତିରିକ୍ତ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିରୁପମା ପାଣି, ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ବଭୂଷଣ ପ୍ରମୁଖ ଯୋଗଦେଇଥିଲେ।