Angul Khabar ଅନୁଗୋଳ ଜିଲ୍ଲା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଛକ ନିକଟରେ ଗୋରୁ ବୋଝେଇ ଗାଡି ଧରିଲେ ସ୍ଥାନୀୟ ଲୋକେ। ସୂଚନା ଯେ, ଆଜି ସକାଳ ୫ ଟା ସମୟରେ ମହୀଧରପୁର ଛକ ଠାରେ ଏକ ଆଇଚର WB 29 A 7798 ଗାଡି ଛିଡା ହୋଇ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଗାଡି ଡାଲା ରୁ ଫଡ ଫଡ ଶୁଭିବା ସହ ଗୋରୁ ବବେଇବା ଶୁଭା ଯାଇଥିଲା। ଏହା ଶୁଣି ସ୍ଥାନୀୟ ଲୋକେ ଘୋଡା ଯାଇଥିବା ପାଲା କୁ ଖୋଲି ଥିଲେ। ଏବଂ ଦେଖିବାକୁ ପାଇଥିଲେ ଯେ, ବହୁତ ଗୋରୁ କି ବନ୍ଧା ହୋଇଛି ଡାଲା ସହ। ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେବା ସହ ଗୋରୁ ଗୁଡିକୁ ଖୋଲିବାକୁ ଚେଷ୍ଟା କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ବ କରିଥିଲା। ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ଯେ, ଗତ ବିଳମ୍ବିତ ରାତିରେ ଏହି ଆଇଚର ଟି ବଡକେରା ଆଡୁ ଆସି ଆଠଗଡ଼ ଦେଇ ବାହାରକୁ ରାଜ୍ୟ କୁ ଯାଉଥିଲା। ଗାଡି ଟି ଖରାପ ହେବାରୁ ମହୀଧରପୁର ଛକ ଠାରେ ଛାଡି ଡ୍ରାଇଭର ମାନେ ପଳାଇ ଯାଇଥିଲେ। ଏ ଘଟଣା ବିଷୟରେ ମହିଧରପୁର ଫାଣ୍ଡି ଅଧିକାରୀ କମଳାକ୍ଷା ନାୟକ ଙ୍କୁ ପଚାରିବାରୁ ପାଖାପାଖି ୮୦ ରୁ ଅଧିକ ଗୋରୁ ମାନଙ୍କୁ ବାହାରକୁ ନେଇ ଯାଉଥିବା ଏହି ଗାଡି ଖରାପ ହୋଇଥିଲେ। ଗାଡି ଚାଳକ ମାନେ ଫେରାର୍ ହୋଇ ଯାଇଛନ୍ତି। ସ୍ଥାନୀୟ ଲୋକ, ସ୍ଵେଚ୍ଛାସେବୀ ଏବଂ ଫାଣ୍ଡି ଅଧିକାରୀ ଉପସ୍ଥିତ ରେ ଗୋରୁ ମାନଙ୍କୁ ଗାଡି ଭିତରୁ ବାହାର କରାଯିବା ସହ ଗୋରୁ ମାନଙ୍କୁ ପାଲ ଘୋଡାଇ ନେଇ ଯାଉଥିବାରୁ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଡକାଇ ଚିକିତ୍ସା କରାଯାଉଛି। ଏ ପଟେ ଗାଡି ଟିକୁ ଜବତ କରିବା ସହିତ ଅଧିକ ତଦନ୍ତ କରାଯାଉଛି। ଦୋଷୀ ମାନଙ୍କୁ ବହୁତ ଶୀଘ୍ର ଗିରଫ କରାଯିବା ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।