Talcher News: ଅନୁଗୋଳ: ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଏ ମାଟିର ଗର୍ବ ଗୌରବ ବିଭାରାଣୀ ପାତ୍ର ଙ୍କୁ DPA, Talcher ତରଫ ରୁ DPA ର ସଂସ୍ଥାପକ ତଥା ନିର୍ଦ୍ଦେଶକ ଭାରତୀୟ ସ୍ଥଳ ସେନାର ଅବସର ପ୍ରାପ୍ତ ସୈନିକ ପଙ୍କଜ ଲୋଚନ ଆୟଚ ଙ୍କ ସହ DPA ର ଅନ୍ୟ ସଦସ୍ୟ ତଥା ପ୍ରଶିକ୍ଷାର୍ଥୀ୍ଙ୍କ ସହ ତାଳଚେର ସ୍ଵଂୟ ଶାସିତ ମହାବିଦ୍ୟାଳୟର ଅଧକ୍ଷ ମେଜର ସୁବ୍ରତ କୁମାର ଦାସ, ତାଳଚେର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ତଥା ରୋଟାରୀ କ୍ଲବ ତାଳଚେର ର ସଭାପତି ଶ୍ରୀମତୀ ଯୋଷ୍ନାମଇ ମହାରଣା ,ଅନୁଗୋଳ ଜିଲ୍ଲା ସୈନିକ ସଂଘ ର ସଭାପତି ମେଜର ଅନିଲ କୁମାର ମହାନ୍ତି ଏବଂ DPA ର ସହୋଯୋଗି ଯେ ସି ଆଇ ତାଳଚେର ର ପୂର୍ବତନ ସଭାପତି ବାସୁଦେବ ସାହୁ ତଥା ଅନ୍ୟ ବିଶିଷ୍ଟ ବୁଦ୍ଧିଜୀବୀଙ୍କ ଙ୍କ ଗହଣରେ ମିସ ବିଭାରାଣୀ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା ।
ଇତିମଧ୍ୟରେ DPA ର ଉଭୟ ବାଳକ ବାଳିକା ୬୦ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ୍ଙ୍କ ଦ୍ଵାରା ଗତ କାଲି ପର୍ବତାରୋହୀ ଙ୍କ ଉଦ୍ଦେଶ୍ୟରେ ଏକ ମିନି ମାରାଥନ କରାଯାଇଥିଲା ତତ୍ ସହିତ ଅତିଥି ମାନଙ୍କ ସାମ୍ନାରେ ପ୍ରଶିକ୍ଷାର୍ଥୀ୍ ମାନେ ପ୍ରଶିକ୍ଷଣ କୌଶଳ ପ୍ରତିଭା ପଦରସନ୍ କରିଥିଲେ ଏଥିରେ ଅତିଥି ମାନେ ପ୍ରଶିକ୍ଷାର୍ଥୀ୍ ମାନଙ୍କ ଦକ୍ଷତା ଅନୁଭବ କରୁଥିଲେ । ଏଥିରେ ଅଲ୍ ଓଡ଼ିଶା ବଡି ବିଲ୍ଡିଙ୍ଗ ର ଉପସଭାପତି ତଥା ଟ୍ରେନର ଅବସର ପ୍ରାପ୍ତ ସୈନିକ ମିଲନ ସିଂ ପିଲାମାନଙ୍କୁ ଉତ୍ସାହିତ କରୁଥିଲେ ।
ମିସ ବିଭାରାଣୀ ପ୍ରଶିକ୍ଷାର୍ଥୀ୍ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା ସହ କିପରି ଭାବରେ ପ୍ରତିକୂଳ ପରିସ୍ଥିତି ରେ ନିଜକୁ ଢ଼ାଳି ନିଜର ଭବିଷ୍ୟତ ଗଢିବେ ସେ ବିଷୟରେ ଆଲୋକପାତ କରିବା ସହ ନିକଟରେ ଋଷୀୟା ଓ ୟୁରୋପ ମହାଦେଶ ର ଉଚ୍ଚତମ ପର୍ବତ ଶୃଙ୍ଗ ରେ କିପରି ଭାରତ ର ତିରଙ୍ଗା ଲହରାଈ ଥିଲେ ତାହାର ସଫଳ ଯାତ୍ରା ସମସ୍ତଙ୍କୁ ଜଣାଇ ଥିଲେ ଏବଂ ଜୀବନର ସଂଘର୍ଷ ବିଷୟରେ ନିଜର ସଂକ୍ଷିପ୍ତ ବିବରଣୀ ଦେଇଥିଲେ ତାସହିତ ଏ ତାଳଚେର ମାଟିରେ ତାଙ୍କର କିପରି କଲେଜ ସମୟ ସହ NCC ସମୟ କିପରି ବିତାଇ ଥିଲେ କହିବା ସହ NO PAIN , NO GAME ର ବାର୍ତ୍ତା ଦେଇଥିଲେ ।
ଏହିପରି ଭାବରେ ମେଜର ଦାସ ମହୋଦୟ କିପରି ଆମ ଅଞ୍ଚଳର ସମସ୍ତ ଯୁବ ପିଢ଼ି ମାନେ ଅଧିକରୁ ଅଧିକ ଆସି DPA ରେ ପ୍ରଶିକ୍ଷଣ ନେଇ ମାଟି ମାତୃକା ର ସେବାରେ ନିୟୋଜିତ ହେବେ ତାର ବାର୍ତ୍ତା ଦେଇ ଥିଲେ । ମେଜର ଅନିଲ ମହାନ୍ତି ଙ୍କ ଚାରି ଜଣୀୟ ADV ଦଳ କିପରି DPA ଆଗାମୀ ଦିନରେ ଅଧିକ ରୁ ଅଧିକ ସୈନିକ ଗଢି ତୋଳିବେ ସେ ବିଷୟରେ ନିଜର ମତ ପ୍ରକାଶ କରିଥିଲେ । ଶ୍ରୀମତୀ ମହାରଣା ପିଲାମାନଙ୍କ ସୁନ୍ଦର ଭବିଷ୍ୟ କାମନା ସହ ବାଳିକା ମାନେ ଏକ୍ଷେତ୍ରରେ କିପରି ଅଧିକ ଆସିବା ନିମନ୍ତେ ଆହ୍ବାନ କରିଥିଲେ । DPA ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଆୟଚ ଏହି Academy ଦିନେ ସେନାର ବିଶାଳ ପ୍ରଶିକ୍ଷଣ ଛାଉଣୀ ର ରୂପ ନେବ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୋଳ SBI ମୁଖ୍ୟ ଶାଖାର Technical Officer ଅବସର ପ୍ରାପ୍ତ ସୈନିକ ଜୟ କୃଷ୍ଣ ନାଥ, ସମାଜସେବୀ ବାପି ମହାନ୍ତି, ସୁବେଦାର ସୁଶାନ୍ତ ପ୍ରଧାନ,ସମାଜସେବୀ ତଥା ତାଳଚେର କେନ୍ଦ୍ରୀୟ ପୂଜାକମିଟ ର କୁସାଧକ୍ଷ ରଞ୍ଜିତ ମହାପାତ୍ର ପ୍ରମୁଖ ପ୍ରଶିକ୍ଷାର୍ଥଙ୍କୁ ମାନଙ୍କୁ ଉତ୍ସାହିତ କରିଥିଲେ । ସର୍ବଶେଷରେ ଶ୍ରୀଯୁକ୍ତ ବାସୁଦେବ ସାହୁ ମହୋଦୟ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।