Spread the love

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଯୋଗ ଦେଇ ବିଭୀଷିକା ର ବିସ୍ମରଣ ଦେଶ ପାଇଁ ବିପଦ ଆଣିଦିଏ ବୋଲି ପ୍ରକାଶ କରିଥିଲେ।

ଆଜିର ଦିନରେ କିଭଳି ଭାବେ ଦେଶ ବିଭାଜିତ ହୋଇଥିଲା ଏବଂ ତାର ବହୁ ପୂର୍ବରୁ କିଭଳି ଦେଶକୁ ବିଭାଜିତ କରିବା ପାଇଁ ଷଡ଼ଯନ୍ତ ରଚନା କରାଯାଇଥିଲା ଏବଂ ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଦେଶବାସୀଙ୍କୁ ସଠିକ ଇତିହାସ ନଜଣାଇ ଦେଶବାସୀଙ୍କୁ ଅନ୍ଧାରରେ ଦୀର୍ଘ ବର୍ଷ ଧରି ରଖାଯାଇଛି ତାହା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଅପ୍ରୟାସିତ ଭାବେ ଦେଶ ବିଭାଜନ ୨ କୋଟି ରୁ ଉର୍ଦ୍ଧ ଲୋକ ବିସ୍ଥାପିତ ହେବା, 10ଲକ୍ଷ ଲୋକଙ୍କୁ ହତ୍ୟା କରାଯିବା ଏବଂ ୭୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଦୁଷ୍କର୍ମ କରାଯିବା ସମଗ୍ର ବିଶ୍ୱରେ ବିରଳ ଏଭଳି ଇତିହାସ କୁ ଲୁଚାଇ ରଖିବା ସେ ସମୟରେ ଦେଶ ଶାସନ କରୁଥିବା ସରକାର ଏବଂ ନେତୃତ୍ୱ ଙ୍କ ଉପରେ ପ୍ରଶ୍ନ ପଚାରିବା ପାଇଁ ଆଜିର ପିଢ଼ି ଦେଶ ର ସଠିକ ଇତିହାସ କୁ ଜାଣିବା ପାଇଁ ସେ ଆହ୍ୱାନ ଦେଇଥିଲେ।ଜିଲ୍ଲା ବିଜେପି ବୁଦ୍ଧିଜୀବୀ ସେଲ ର ପ୍ରମୁଖ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ ଯୋଗଦେଇ ଅସହଯୋଗ ଆନ୍ଦୋଳନ ଠାରୁ ଭାରତ ବିଭାଜନ ପର୍ଯ୍ୟନ୍ତ ସମସ୍ତ ଇତିହାସ ଆମକୁ ଜାଣିବାକୁ ପଡିବ ଏବଂ ଆମ ଅନୁଗୁଳ ଢେଙ୍କାନାଳ ଜିଲ୍ଲାର ଇତିହାସ ଆମ ଇତିହାସ ଆମକୁ ଲେଖିବାକୁ ପଡିବ। ଆଗାମୀ ପିଢ଼ି କୁ ଜୀବନ୍ତ କରିବା, ରାସ୍ତାବାଦୀ ସାମଗ୍ରୀକ ବିକାଶ ଧାରାରେ ବ୍ରତୀ ହେବା ଉପରେ ମତ ପ୍ରକାଶ କରିଥିଲେ।

ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ମସିହାରୁ ଦୀର୍ଘ ୪ ବର୍ଷ ହେବ ବିଭାଜନ ବିଭୀଷିକା ଦିବସ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ଆମେ ଆମ ଇତିହାସକୁ ଜାଣିଲେ ଭବିଷ୍ୟତ ଠିକ ହେବ ବୋଲି କହିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ମଂଚାସୀନ ଥିଲେ | ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ |ଉକ୍ତ ଆଲୋଚନା ଚକ୍ର ରେ ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ, ଅର୍ଜୁନ ସାହୁ, ଅମୀୟ ତ୍ରିପାଠୀ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ପ୍ରଦୀପ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଲଖଣ ସାହୁ, ସୁଜାତା ଦାସ, ନମିତା ଦଳ ବେହେରା, ଶୁଚିସ୍ମିତା ତ୍ରିପାଠୀ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *