Spread the love

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶରେ ନାଗରିକ ମାନଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିବା ସହ କଷ୍ଟ ଲବ୍ଧ ସ୍ବାଧିନତା ପାଇଁ ବଳିଦାନ କରିଥିବା ସହିଦ ମାନଙ୍କ ଉଦ୍ଦେଶ୍ୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଭାବେ ଗଢି ତୋଳିବା ପାଇଁ ସବୁ ଘରେ ଅଗଷ୍ଟ ୧୩ରୁ ଅଗଷ୍ଟ୧୫ମଧ୍ୟରେ ଜାତୀୟ ପତାକା ଲଗାଇବା ପାଇଁ ଏ କାର୍ଯ୍ୟକ୍ରମ ବୋଲି ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି।ଆଠମଲ୍ଲିକ ରେ ଅନୁଷ୍ଠିତ ଆଜିର ଏ ପ୍ରସ୍ତୁତ ବୈଠକରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଆଠମଲ୍ଲିକ ଅଂଚଳରେ ସବୁ ଘରେ ଜାତୀୟ ପତାକା ଲଗାଇବା ପାଇଁ ବିଜେପି କାର୍ଯ୍ୟକର୍ତା ମାନେ ସଚେତନ କରାଇବେ ବୋଲି କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଆଜିର ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷ ରାୟ,ଉପ ସଭାପତି ଅର୍ଜୁନ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବରିଷ୍ଠ ନେତା ଅର୍ଜୁନ ସାହୁ, ସୀମନ୍ତ ପାଣିଗ୍ରାହୀ, ଅବନୀ ପ୍ରଧାନ, ବାନମ୍ବର ପ୍ରଧାନ, ସ୍ଵୟମ୍ବର ପ୍ରଧାନ, ଆଇନଜୀବୀ ଅଞ୍ଜନ ପ୍ରଧାନ ଓ ପ୍ରାଣବନ୍ଧୁ ମୁଣ୍ଡୁଲି,ନୂତନ ବେହେରା,, ଅର୍ଜୁନ ରାଉଳ,ରାଜେଶ ମିଶ୍ର, ସୁରଜ ପ୍ରଧାନ, ବୁଲୁ ସିଂହ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *