Spread the love

Angul News: ଅନୁଗୋଳ: ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଅନୁଗୋଳସ୍ଥିତ ନାଲକୋ ପରିଦର୍ଶନ କରିଥିଲେ। ଅନୁଗୋଳ ନାଲକୋ ଅତିଥି ଭବନରେ ପହଞ୍ଚିବା ପରେ ସେଠାରେ CISF ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଅତିଥି ଭବନରେ ଶ୍ରମିକମାନଙ୍କର କ’ଣ ଅସୁବିଧା ଅଛି, ତାହା ଉପରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ‘ନାଲକୋ’ ଧ୍ୟାନ ଦେଉଛି କି ନାହିଁ ସେ ନେଇ ବିଭିନ୍ନ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ପରେ ମନ୍ତ୍ରୀ ସ୍ମେଲ୍ଟର ପ୍ଲାଣ୍ଟ ସହ ସିପିପି ପରିଦର୍ଶନ କରିଥିଲେ। ପ୍ଲାଣ୍ଟରେ କାର୍ଯ୍ୟ ସଠିକ ଢ଼ଙ୍ଗରେ ଚାଲୁଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ନାଲକୋର ସମ୍ପ୍ରସାରଣ ନେଇ ସୂଚନା ଦେଇଥିଲେ ।ଏହି ପରିଦର୍ଶନ ସମୟରେ ନାଲକୋ CMD ଏବଂ ଅନୁଗୋଳ,ଛେଣ୍ଡିପଦା ଓ ତାଳଚେର ବିଧାୟକଗଣ ଉପସ୍ଥିତ ଥିଲେ ।ନାଲକୋ CMD ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଦୁଇଗୁଣ ବଢ଼ାଯିବା ନେଇ କାର୍ଯ୍ୟ ଚାଲୁଥିବା କହିଥିଲେ ।

Leave a Reply

Your email address will not be published. Required fields are marked *