Spread the love

Angul News: ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଯାହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି।ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ।ଏହାର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭାରି ବର୍ଷା ଅର୍ଥାତ୍ ୧୦ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ବରଗଡ଼, ସମ୍ବଲପୁର,ଦେଓଗଡ଼,ଅନୁଗୁଳ, କେଉଁଝର,କଟକ, ଢେଙ୍କାନାଳ, ଜଗତସିଂପୁର,କେନ୍ଦ୍ରାପଡ଼ା,ଭଦ୍ରକ ଜାରି ହୋଇଛି ହଳଦିଆ ଚେତାବନୀ। ଏଥିସହ ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧ ମିମି ବର୍ଷା ହେବା ନେଇ ମୟୁରଭଂଜ,ପୁରୀ,ଖୋର୍ଦ୍ଧା, ସୁନ୍ଦରଗଡ଼,ନୟାଗଡ଼,ବୌଦ୍ଧ, ସୋନପୁର, ବଲାଙ୍ଗୀର,ନୂଆପଡ଼ା, ମାଲକାନଗିରି,କୋରାପୁଟ, ନବରଙ୍ଗପୁର,ବାଲେଶ୍ଵର,ଯାଜପୁର,ଝାରସୁଗୁଡ଼ା ଜିଲ୍ଲା କୁ ଜାରି କରାଯାଇଛି ୟେଲୋ ୱର୍ଣୀଙ୍ଗ।ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ, ସୋନପୁର,ବରଗଡ଼,କଟକ,ନୟାଗଡ଼ ରେ ପ୍ରବଳ ବର୍ଷା ଥିବାରୁ ୟେଲୋ ୱର୍ଣିଙ୍ଗ ଜାରି କରାଯାଇଛି।ରାଜ୍ୟରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଜାରି ରହିବା ସହ ଆଗାମୀ ୨ ଦିନ ପର୍ଯ୍ୟନ୍ତ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମନା

Leave a Reply

Your email address will not be published. Required fields are marked *