Angul Khabar: ଅନୁଗୋଳ ନାଲକୋ ନଗରସ୍ଥିତ କଲ୍ୟାଣ ମଣ୍ଡପରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ନାଲକୋର ଏସ ଆଣ୍ଡ ପି କମ୍ପ୍ଲେକ୍ସ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଏନ ସୁବ୍ରମଣ୍ୟମ ନେରାଲା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ମେଲ୍ଟର ଓ ପାୱାର କମ୍ପ୍ଲେକ୍ସ ର ମାନବ ସମ୍ବଳ ବିଭାଗ ର ସମୂହ ମହାପ୍ରବନ୍ଧକ ଶ୍ରୀ ଶୁଭେନ୍ଦୁ କୁମାର ନାୟକ ଏବଂ ବିଶେଷ ଅତିଥି ରୂପେ ମାନ୍ୟବର ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଓ ମାନ୍ୟବର ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଭାରତୀୟ ମଜଦୂର ସଂଘର ଓଡିଶା ପ୍ରଦେଶ ସଭାପତି ମାନନୀୟ ଶ୍ରୀ ବାଦଲ ମହାରଣା ମହୋଦୟ ଆକର୍ଷର ର କେନ୍ଦ୍ର ବିନ୍ଦୁ ଥିଲେ। ପ୍ରଦୀପ ପ୍ରଜ୍ଜଳନ ସମସ୍ତ ଅତିଥି ମାନଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା । ଶ୍ରୀ ଦୀନବନ୍ଧୁ ଭୂତିଆ ଙ୍କଦ୍ଵାରା ସାମୂହିକ ଶ୍ରମିକ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I ସଙ୍ଗଠନ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମଲ୍ଲିକ ଙ୍କଦ୍ବାରା ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା।
ସଙ୍ଗଠନ ର ସଭାପତି ଶ୍ରୀ ମୁନା ସାମଲ ମହୋଦୟ କେନ୍ଦ୍ରମନ୍ତ୍ରୀ ଙ୍କ ହସ୍ତକ୍ଷେପ ଫଳରେ ନାଲକୋ ତଥା ନାଲକୋ କର୍ମଚାରୀ ମାନଙ୍କ ର ବିଭିନ୍ନ ସମସ୍ୟା ର ମୁଳୋତ୍ପାଟନ ହୋଇଥିବା ଧାରା ବିବରଣୀ ପ୍ରଦାନ କରିଥିଲେ I ସଙ୍ଗଠନ ର ସାଧାରଣ ସମ୍ପାଦକ ଶ୍ରୀ ବିନୋଦ କୁମାର ସାମଲ ଆଲୁମିନିୟମ ମଜଦୂର ସଙ୍ଘ ଦ୍ବାରା କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପସ୍ଥାପନ କରିବାସହିତ ବକେୟା ଥିବା ସମସ୍ୟା ଗୁଡ଼ିକ ର ଆଶୁ ସମାଧାନ ପାଇଁ କର୍ମଚାରୀ ମାନଙ୍କର ସହୋଯୋଗ କାମନା କରିଥିଲେ। ସମ୍ମାନିତ ଅତିଥି ମାନନୀୟ ଶ୍ରୀ ଶୁଭେନ୍ଦୁ ନାୟକ ନାଲକୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଙ୍କ ଭାରତୀୟ ମଜଦୂର ସଙ୍ଘର ପ୍ରତିଷ୍ଠା ଦିବସର ବାର୍ଭା କୁ ପଠନ କରିବା ସହ ନାଲକୋ ପ୍ରଶାସନ ଓ ଶ୍ରମିକ ସଙ୍ଗଠନ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଗୁରୁତ୍ବ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ଏନ ସୁବ୍ରମଣ୍ୟମ ନେରାଲା ତାଙ୍କ ଅଭିଭାଷଣରେ ନାଲକୋ ର ସୁପରିଚାଳନା ନିମନ୍ତେ ଶ୍ରମିକ ସଙ୍ଗଠନ ଗୁଡ଼ିକ ର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ପାରିପାର୍ଶିକଗ୍ରାମ ଗୁଡ଼ିକ ର ବିକାଶ ନିମନ୍ତେ ନାଲକୋ ଦ୍ବାରା ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ଅବଗତ କରାଇଥିଲେ । ମୁଖ୍ୟବକ୍ତା ଶ୍ରୀ ବାଦଲ ମହାରଣା ମହୋଦୟ ଶୂନ୍ୟରୁ ଶିଖର ରେ ପହଞ୍ଚି ଥିବା ଭାରତୀୟ ମଜଦୂର ସଙ୍ଘ ର ଯାତ୍ରା କୁ ପ୍ରତିପାଦିତ କରିଥିଲେ ଏବଂ ଶ୍ରମିକ ସମାଜ ଓ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ଉନ୍ନତି ନିମନ୍ତେ ଭାରତୀୟ ମଜଦୂର ସଙ୍ଘର ନୀତି ଓ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଉପସ୍ଥାପନା କରିଥିଲେ।ବିଶେଷ ଅତିଥି ମାନ୍ୟବର ବିଧାୟକ ଗଣ ନାଲକୋର ସି ଏସ ଆର ଫଣ୍ଡ ର ସୁବିନିଯୋଗ କରି ପାରିପାର୍ଶିକ ଗ୍ରାମ ଗୁଡିକର ଉନ୍ନତି କରିବା ନିମନ୍ତେ ପ୍ରାଧାନ୍ୟ ଦେଇଥିଲେ I ପରିଶେଷରେ ସଙ୍ଗଠନ ର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଭାତ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।