Spread the love

Railway Budget: ଭୁବନେଶ୍ୱର: ରେଳ ବଜେଟରେ ଓଡିଶା କୁ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର। ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରେ ରେଳବାଇ ପାଇଁ ଓଡିଶା କୁ ମିଳିଛି। ଚଳିତ ବର୍ଷ ୧୦ ହଜାର ୫୮୬ କୋଟି ଟଙ୍କାର ରେଳ ଅନୁଦାନ ଓଡିଶାକୁ ମିଳିଛି। ଗତ ବର୍ଷ ୧୦ ହଜାର ୧୨ କୋଟି ଟଙ୍କା ବଜେଟରେ ଅନୁଦାନ ମିଳିଥିଲା। ଉପା ସରକାର ସମୟରେ ୮୩୮ କୋଟି ଟଙ୍କା ମିଳୁଥିଲା। ଏବେ NDA ସରକାରରେ ୧୨ ଗୁଣା ଅଧିକ ଅର୍ଥ ମିଳୁଛି। ରାଜ୍ୟରେ ଏବେ ୪୦ଟି ରେଳ ପ୍ରୋଜେକ୍ଟର କାମ ଚାଲୁଅଛି। ୪୦୧୭ କିମିର ରେଳ ଲାଇନ କାର୍ଯ୍ୟ ଚାଲୁଥିବା ବେଳେ ଏଥିପାଇଁ ମୋଟ ଯେଉଁଥିରେ ୫୪ ହଜାର ୪୩୪ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ 100 ପ୍ରତିଶତ ରେଳ ଲାଇନ ବିଦ୍ୟୁତି କରଣ ହୋଇଯାଇଛି। ରାଜ୍ୟରେ ଏବେ ଅନୁଗୁଳ, ବଲାଙ୍ଗୀର, ସମ୍ବଲପୁର, ପୁରୀ, ଭୁବନେଶ୍ୱର, ରାଉରକେଲା, ଟିଟିଲାଗଡ଼, ମୁନିଗୁଡା ଭଳି ୫୯ରେଳଷ୍ଟେସନ ଅମୃତ ଭାରତ ଯୋଜନାରେ ନବୀନକାରଣ କରାଯାଉଛି। ସେହିପରି ୨୦୧୪ ପରଠାରୁ ରାଜ୍ୟରେ ୪୨୭ ଟି ଫ୍ଲାଏ ଓଭର ଓ ଅଣ୍ଡର ପାସ କାର୍ଯ୍ୟ ସରିଯାଇଛି। ରାଜ୍ୟରେ ଚାଲୁଥିବା ରେଳ ରେଳ ପ୍ରୋଜେକ୍ଟ ନେଇ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ହେବ କହିଲେ କେନ୍ଦ୍ର ରେଳ ମନ୍ତ୍ରୀ।

ଦ୍ରୁତ ଗତିରେ ଚାଲିଛି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ। ଗତକାଲି ଗୋଟିଏ ଟନେଲ କାର୍ଯ୍ୟ ଶେଷ ହୋଇଛି। ଖୁବ ଶୀଘ୍ର ପୁରୀ କୋଣାର୍କ ରେଳପଥ ଓ ମାଲକାନଗିରି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। ସାରା ଦେଶରେ ସୁରକ୍ଷିତ ରେଳ ଯାତ୍ରା କୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଟେକ୍ନୋଲୋଜି କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଗତ ୧୦ ବର୍ଷରେ ୬୦ ପ୍ରତିଶତ ରେଳ ଦୁର୍ଘଟଣା ହ୍ରାସ ପାଇଛି। କବଚ ପାଇଁ ବଜେଟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରତି ୪/୫କିମିରେ ଟାୱାର ଲଗାଯିବ। ରେଲୱେ ଟ୍ରାକ ଉପରେ ଡିଭାଇସ ଲଗାଯିବ। ସାରା ଦେଶରେ କବଚ ଲଗାଇବା ପାଇଁ ଯୋଜନା କରାଯାଇଛି। ଚିତ୍ର ଆଙ୍କି ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ର ଟନେଲ ଓ ହିମାଳୟ ପାହାଡ଼ ରେ ହେଉଥିବା ଟନେଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଲେ କେନ୍ଦ୍ର ରେଳ ମନ୍ତ୍ରୀ। ଉଭୟ ଟନେଲ ଭିନ୍ନ ରହିଥିବାରୁ ଅଲଗା ଅଲଗା ଡିଜାଇନ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *