Angul News: ପାଳଲହଡା ଅଂଚଳରେ ଲଜ୍ୟା। ୫ ବର୍ଷର ନାବାଳିକା ଝିଆରୀକୁ ନିଜ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ନେଇ ପାଳଲହଡା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଅନଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ମୁକ୍ତାପୁର ଗ୍ରାମର ଜୈନିକ ଯୁବକ (ଉଦୟ ନାଏକ) ସେହି ଗ୍ରାମର ନାବାଳିକା ଶିଶୁ ସମ୍ପର୍କୀୟ ଝିଆରୀକୁ ଘରେ ଏକା ପାଇ ପାଖ ଦୋକାନରୁ କୁରକୁରେ ଖାଇବାକୁ କହି ନିଜ ସହିତ ନେଇଯାଇଥିଲେ। ପରେ ଗାଁ ମୁଣ୍ଡ ରେ ଥିବା ଅଙ୍ଗନବାଡି ଘରେ ଉକ୍ତ ନାବାଳିକା ଶିଶୁ ଝିଆରୀଙ୍କ ସହ ଦୁଷ୍କର୍ମ କରିଥିଲା। ଦୀର୍ଘ ସମୟ ଧରି ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ପରେ ଅଙ୍ଗନବାଡି ଘର ନିକଟ ରୁ ଉଦ୍ଧାର କରିଥିଲେ। ଝିଅ ଠାରୁ ସବୁ କଥା ଶୁଣିସାରିବା ପରେ ପରିବାର ପକ୍ଷରୁ ଅଭିଯୁକ୍ତ ଉଦୟଙ୍କ ବିରୁଦ୍ଧରେ ପାଲଲହଡା ଥାନାରେ ଏତଲା ଦିଆଯାଇଥିଲା। ଉକ୍ତ ଏତଲା ଆଧାର ରେ ପୋଲିସ ଅଭିଯୁକ୍ତ ଉଦୟ କୁ ଥାନା ରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।