Angul Khabar: ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନରେ ନିର୍ମାଣ କାର୍ଯ୍ୟକୁ ଉଭୟ ପାର୍ଶ୍ୱରୁ, ଯଥା ତାଳଚେର ପାର୍ଶ୍ୱ ଏବଂ ବିମଳାଗଡ଼ ପାର୍ଶ୍ୱରୁ ସମ୍ପାଦନ କରାଯିବାକୁ ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଅଛି। ଏଗୁଡିକ ବ୍ୟତୀତ, ଅମୃତ ଷ୍ଟେସନ ଗୁଡିକର ପୁନର୍ବିକାଶ କାର୍ଯ୍ୟ ପାଇଁ ବିଶେଷ ଧ୍ୟାନ ଦିଆଯାଇ ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ସମୀକ୍ଷା କରାଯିବାକୁ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଆର୍ଥିକ ଅଭିବୃଦ୍ଧି ଏବଂ ରେଳ ସଂଯୋଗ ପାଇଁ ଏହାର ଗୁରୁତ୍ୱକୁ ସୂଚାଇ ରେଳ ଲାଇନର ସମ୍ପ୍ରସାରଣ ପାଇଁ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତାଳଚେର ରେଳ ଷ୍ଟେସନ ଅମୃତ ଯୋଜନାରେ ସାମିଲ ହୋଇ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦା ସର୍ବଦା ଏ ଅଞ୍ଚଳର ରେଲୱେ ଷ୍ଟେସନ ର ବିକାଶ, ରେଳ ଭିତ୍ତିଭୂମି ବିକାଶ ସହ ତାଳଚେର ବିମଳାଗଡ଼ ରେଲୱେ ଲାଇନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅହରହ ତଦାରଖ କରି ଆସୁଛନ୍ତି।
ରେଳ ବିଭାଗର ଅଧିକାରୀଙ୍କ ଠାରୁ ଆରମ୍ବ କରି ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ର ଭଏ ଦିଗରେ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ବିଗତ ରାଜ୍ୟ ସରକାର ଏ କାର୍ଯ୍ୟରେ ବାଧକ ସାଜି କରାଇ ଦେଉନଥିଲେ।ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଏ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହେବାକୁ ଯାଉଛି, ରେଳମନ୍ତ୍ରୀ ର ଏ ଦିଗରେ ସମୀକ୍ଷା କରି ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏ ମର୍ମରେ ବରିଷ୍ଟ ବିଜେପି ନେତା ତାଳଚେର ର ବିଶ୍ୱସ୍ତ ସେବକ କାଳନ୍ଦି ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏ ଅଞ୍ଚଳ ର ବିକାଶ ପାଇଁ ଅହରହ ପ୍ରୟାସ ଜାରି ରଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।