କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ଜନ୍ମ ମାଟିକୁ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମୁଁ ଆଜି ଆପଣଙ୍କୁ ଭେଟିବା ପାଇଁ ଆସିଛି। ମୁଁ ମୁଖ୍ୟମନ୍ତ୍ରୀ ନୁହେଁ, ଆପଣଙ୍କ ମୁଖ୍ୟ ସେବକ ମୋହନ ଭାଇ। ସେ ଆହୁରି ମଧ୍ୟ କହିଛନ୍ତି କି ଶପଥ ନେବାର ଗୋଟିଏ ଘଣ୍ଟା ଭିତରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଗଲା। ଶ୍ରୀମନ୍ଦିର ପାଇଁ ୫ ଶହ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟରେ କ୍ୟାବିନେଟ ବୈଠକ ଶେଷ କରୁଥିଲେ ବୋଲି କହିବା ସହିତ ପୂର୍ବତନ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଥିଲେ।
ଆମ ସରକାରର ପ୍ରଥମ କ୍ୟାବିନେଟ ବୈଠକ ୨ ଘଣ୍ଟା ଧରି ଚାଲି ଥିଲା। କେନ୍ଦୁଝରର ବିକାଶ ନେଇ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ। ପଛରେ ରହି ଯାଇଥିବା କେନ୍ଦୁଝରର ସାମଗ୍ରୀକ ବିକାଶ ହେବ। ସୁନାର କେନ୍ଦୁଝର ହେବ। ବିଜେଡି ସରକାର ଚଞ୍ଚକତା କରି କେନ୍ଦୁଝରର ରାଜସ୍ବ କାଟିଛନ୍ତି। କେନ୍ଦୁଝରର ହଜାର ହଜାର କୋଟି ଟଙ୍କା ଲୁଟ ହୋଇଛି। କିଛି ଅଣ ଓଡ଼ିଆ କେନ୍ଦୁଝରକୁ ଲୁଟୁଛନ୍ତି। କେହି ବର୍ତ୍ତିବେ ନାହିଁ, ସମସ୍ତେ ଜେଲ ଯିବେ। ମୋର ଡର ନାହିଁ, କି ଭୟ ନାହିଁ ବୋଲି କହିଥିଲେ ଶ୍ରୀ ମାଝି।
କେନ୍ଦୁଝରରେ ବର୍ଷିଲେ ମୁଖ୍ୟମନ୍ତ୍ରୀ। ନାଁ ନ ନେଇ ପୂର୍ବ ସରକାରର କିଛି ନେତାଙ୍କ ପୋଲ ଖୋଲିଲେ। ନିଜକୁ କ୍ରୀତଦାସ ବୋଲାଉଥିବା ଲୋକ ମୋତେ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ କରିଥିଲେ। ମୋତେ ମନ୍ତ୍ରୀ ପଦ ଓ ଖଣି ଦେବାର ଲୋଭ ଦେଖାଇଥିଲେ। ଖଣି ଲୁଟେରା ମାନଙ୍କୁ ଜେଲ ଯିବାକୁ ହେବ ବୋଲି ଦମ୍ଭର ସହ କହିଥିଲେ।
ସେହିପରି ସେ ଆହୁରି ମଧ୍ୟ କହିଥିଲେ କି ନୂଆ ଓଡିଶାର ଗଠନ ହେବ। କେନ୍ଦୁଝରର ବିକାଶ ମଧ୍ୟ କରାଯିବ। ୨୪ ବର୍ଷରେ ଓଡିଶା ସହ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଲୁଟ ହୋଇଛି। ପୂର୍ବ ସରକାରର ସୁପର ସିଏମଙ୍କୁ ଟାର୍ଗେଟ କଲେ ମୋହନ। ନିର୍ବାଚନ ରାଲିରେ ସେ ଯୋଗ ଦେଇ ବିଜେଡିର ଭୋଟ ହାରକୁ କମାଇ ଥିଲେ। ତାଙ୍କର ଅହଂକାର ବହୁତ ବଢ଼ି ଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନମ୍ବର ୧ ଥିଲେ, କିନ୍ତୁ ଓଡିଶା ଦେଶରେ ତଳ ଆଡୁ ନମ୍ବର ୧ ରାଜ୍ୟ ଥିଲା। ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ, ତାହା କାମ କରି ଦେଖାଇବି। ମୋତେ ୫ ବର୍ଷ ସମୟ ଦିଅନ୍ତୁ। ଏହା ସହିତ କେନ୍ଦୁଝର ବାସିନ୍ଦାଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ।