Spread the love

Dharmendra Pradhan: ନୂଆଦିଲ୍ଲୀ: ସ୍ପଷ୍ଟ ଜନାଦେଶ ପାଇବା ପରେ ବିଜେପି ଓଡ଼ିଶାରେ ସରକାର ଗଠନ କରିବା ପାଇଁ ମଧ୍ୟ ଯାଉଛି। କ୍ଷମତାର ଡୋରି ଏବେ ବିଜେପି ହାତରେ। କେବଳ ସରକାର ଗଠନକୁ ବାକି ରହିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ ସାରା ରାଜ୍ୟରେ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ବିଧାନସଭା ଅବା ଲୋକସଭାରୁ ବିଜୟୀ ପ୍ରାଥୀଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କକୃତ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏହାର ଭିତରେ ଯେଉଁ କିଛି ନେତାଙ୍କ ନାମ ବେଶ ଚର୍ଚ୍ଚାରେ ରହିଛି ସେଥି ମଧ୍ୟରୁ ସମ୍ବଲପୁର ଲୋକସଭାରୁ ବିଜୟୀ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସର୍ବାଗ୍ରେ ରହିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଜାତୀୟ ଯୁବ ମୋର୍ଚ୍ଚା ସଭାପତି , ପାଳଲହାଡ଼ା ରୁ ପ୍ରଥମ ଥର ପ୍ରାଥୀ ହୋଇ ବିଧାନସଭାରେ ଶ୍ରେଷ୍ଠ ବିଧାୟକର ପଦ ଅଳଙ୍କୃତ କରିବା ହେଉ ଅବା ଦେବଗଡ଼ ସାଂସଦ ଭାବେ ନିଜର ଦାୟିତ୍ୱ ସଠିକ ଢଙ୍କରେ ନିର୍ବାହ କରିବା ହେଉ।

ଏହାଛଡା ମୋଦୀଙ୍କ ଶାସନ କାଳରେ ଦୁଇଟି ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ବିଭିନ୍ନ ପ୍ରକାର ଲୋକାଭିମୁଖୀ କାର୍ଯ୍ୟକ୍ରମ ଫଳରେ ଉଭୟ ଦଳ ଓ ଲୋକଙ୍କ ପ୍ରିୟ ପାତ୍ର ହୋଇ ଥିବା ଧର୍ମେନ୍ଦ୍ର ହିଁ ଓଡିଶା ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି ଆଲୋଚନା ହୁଏ। ଏପରିକି ତାଙ୍କର ସମର୍ଥକଙ୍କ ସମେତ ସାଧାରଣ ଲୋକେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଧର୍ମେନ୍ଦ୍ର ହିଁ ଯୋଗ୍ୟ ବୋଲି ଯୁକ୍ତି ବାଡ଼ିଛନ୍ତି।

ସେପଟେ ବିଜେପିର ପରମ୍ପରା ଓ ନୀତି କୁ ଅନୁଧ୍ୟାନ କଲେ ଜଣାପଡେ ଯେ, ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଆଗୁଆ ଘୋଷଣା କରେନାହିଁ। ଫଳାଫଳ ପ୍ରକାଶ ପାଇବା ପରେ ନିଷ୍ପତ୍ତା ହୁଏ। ଦଳର କେନ୍ଦ୍ରୀୟ ନେତୃତ୍ବ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛନ୍ତି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି। ସମସ୍ତେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ନାମ ଚୂଡ଼ାନ୍ତ ହେଲା ପରେ ଏଠାରେ ବିଧାୟକ ଦଳ ବୈଠକ ବସି ତାଙ୍କୁ ନେତା ନିର୍ବାଚିତ କରାଯିବ। ୧୦ ତାରିଖରେ ଶପଥ ଗ୍ରହଣ ହେବ ବୋଲି ଆପାତତଃ ସ୍ଥିର ହୋଇସାରିଛି।

Leave a Reply

Your email address will not be published. Required fields are marked *