Angul News: ତାଳଚେର: ଢେଙ୍କାନାଳ ଲୋକସଭା ର ନବ ନିର୍ବାଚିତ ସାଂସଦ ରୁଦ୍ର ନାରାୟଣ ବୁଧବାର ତାଳଚେର ଗସ୍ତ କରିଥିଲେ।ତାଳଚେର ବାର ଆସୋସିଏସନ ପକ୍ଷରୁ ସାଂସଦ ଶ୍ରୀ ପାଣି ଙ୍କୁ ଉତ୍ସର୍ଗୀକୃତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ତାଳଚେର ବାର ଆସୋସିଏସନ ର ସଭା ଗୃହ ରେ ସଭାପତି ଚିତ୍ତରଞ୍ଜନ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପାଣି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ତାଳଚେର, ଢେଙ୍କାନାଳ ଲୋକସଭା କ୍ଷେତ୍ର ତଥା ଓଡ଼ିଶା ର ସାମଗ୍ରିକ ବିକାଶ ପାଇଁ ମୋଦି ଙ୍କର ବିକଶିତ ଭାରତ ସଙ୍କଳ୍ପ କୁ ସିଦ୍ଧି ରେ ପରିଣତ କରିବା ପାଇଁ କାର୍ଯ୍ୟ କରିବି ବୋଲି ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଥିଲେ।ଉପସ୍ଥିତ ସାମ୍ବାଦିକ ମାନଙ୍କର ପ୍ରଶ୍ନ ରେ ସାଂସଦ ଶ୍ରୀ ପାଣି ରାଷ୍ଟ୍ରବାଦ ବିଚାର ରେ ୧୫ ବର୍ଷ ବୟସରୁ କାର୍ଯ୍ୟ କରି ଆସିଛି ,ତାଳଚେର ସହ ମୋର ୧୯୮୧ ମସିହାରୁ ସମ୍ପର୍କ ଏ ସମ୍ପର୍କ ସର୍ବଦା ଅତୁଟ ରହିବ ,ତାଳଚେର ର ମହାନ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ ,ବର୍ତ୍ତମାନ ର ବିଜେପି ସରକାର ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ତାଳଚେର ର ସୁଯୋଗ୍ୟ ସନ୍ତାନ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମିଳୁ ବୋଲି ସେ କହିଛନ୍ତି।ବାର ଆସୋସିଏସନ ର ସାଧାରଣ ସମ୍ପାଦକ ବିନୟ କୁମାର ନନ୍ଦ, ଉପ ସଭାପତି ବିପୁଳ ବଳ, ସହ ସମ୍ପାଦକ ଜଗଡ଼ିଶ୍ୱର ସାହୁ, ସୌମେନ୍ଦ୍ର ପ୍ରଧାନ, ରଜେନ୍ଦ୍ର ସିଂହ ଡିଙ୍ଗରା ଙ୍କ ସମେତ ବାର ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।ବିଜେପି ଅନୁଗୁଳ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବରିଷ୍ଠ ଆଇନଜୀବୀ ପେସ୍କାର ଗଡନାୟକ, ଆଖିଳ ସାମଲ, ଦୟାସାଗର ମିଶ୍ର, ଅର୍ଜୁନ ଭୁତିଆ, ଉଚ୍ଛନ୍ନ ପଟ୍ଟନାୟକ,ପ୍ରାକ୍ତନ ସରପଞ୍ଚ ରଙ୍ଗାଧର ନାହାକ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।