ତାଳଚେର: ମୋଦି ଗ୍ୟାରେଣ୍ଟି ଧର୍ମେନ୍ଦ୍ର ପ୍ରଧାନ ଆମ ସାଥିରେ ଅଛନ୍ତି ବିକଶିତ ଭାରତ ଓ ବିକଶିତ ତାଳଚେର ସଙ୍କଳ୍ପ ନେଇ ତାଳଚେର ରେ ବିଜେପି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ତାଳଚେର ଟାଉନ ହାଟତୋଟା ମାର୍କେଟ ରେ ଅନୁଷ୍ଠିତ ହୋଇଛି।ତାଳଚେର ବିଜେପିର ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ହାଟତୋଟା ମା ମଙ୍ଗଳାଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ମାର୍କେଟ ରେ ସମସ୍ତ ଦୋକାନକୁ ବୁଲି ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି। ତାଳଚେର କୁ ବରବାଦ କରିବାକୁ ଦେବୀ ନାହିଁ, ତାଳଚେର କୁ ବଦନାମ କରିବାକୁ ଦେବୀ ନାହିଁ, ତାଳଚେର ବାସୀ ଙ୍କର ସମସ୍ୟା କୁ ନେଇ ବିଧାନସଭା ରେ ଲଢେ଼ଇ କରିବି ବୋଲି ନିଜର ପ୍ରତିକ୍ରିୟା ରେ କାଳନ୍ଦି ସାମଲ ପ୍ରକାଶ କରିଛନ୍ତି।ମୋଦି ସରକାର ଙ୍କର ଯୋଜନା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ତାଳଚେର ରେ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଡବଲ ଇଞ୍ଜିନ ସରକାର କରିବା ପାଇଁ ତାଳଚେର ବାସୀ ବିଜେପି କୁ ଆଶୀର୍ବାଦ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେପି ନେତା ଯଯାତି ପଟ୍ଟନାୟକ,ବିଜେପି ଅନୁଗୁଳ ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ,ସୋମନାଥ ରାଉତ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ପ୍ରାକ୍ତନ ନଗରପାଳ ଜ୍ୟୋସ୍ନା ଦଳେଇ,ମଣ୍ଡଳ ପ୍ରଭାରୀ କାଳନ୍ଦି ପ୍ରଧାନ,ମଣ୍ଡଳ ସଭାପତି ନରେନ୍ଦ୍ର ସାହୁ,ବରୁଣ ସାହୁ, ସତ୍ୟବନ୍ତ ସାହୁ,ପ୍ରଶାନ୍ତ ଦାସ, ଜିତେନ୍ଦ୍ର ଦାସ, ସଂକଳ୍ପ ସାହୁ, ଦୀପକ ଥମ୍ବ,ପ୍ରଶାନ୍ତ ନନ୍ଦ,ନିରୋଜ ଦାସ, ଜ୍ଞାନେନ୍ଦ୍ରିୟ ସେଠି,ସରପଞ୍ଚ ସହଦେଵ ସାହୁ,ସନ୍ତୋଷ କୁମାର ମହାସୁପକାର,ଉଚ୍ଛନ୍ନ ପଟ୍ଟନାୟକ,,ମିଲ୍ଲୀ ପ୍ରଧାନ, ମୃଣାଳିନୀ ପଟ୍ଟନାୟକ, ସଂଯୁକ୍ତା ମହାରଣା, ଯସ୍ମୀନ ପ୍ରଧାନ,କାଉନସିଲର ସ୍ୱାଧୀନ ଥମ୍ବ ଓ ଅନିତା ବିଶ୍ୱାଳ, ବଲବିନ୍ଦର ସିଂହ, ବାଲ୍ମୀକି ପ୍ରସାଦ କେଶରୀ,ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ପ୍ରଚାର କରିଥିଲେ।