Mamita Meher Murder case: ଅନୁଗୋଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ବିଜେପି ର ହଲାବୋଲ । ଅନୁଗୁଳ ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟଳୟ ଧସେଇ ପଶିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବ୍ୟାରିକେଟ ଭାଙ୍ଗି କାର୍ଯ୍ୟଳୟ କୁ ପଶିବାକୁ ଉଦ୍ୟମ କଲେ ଉଭୟ ଯୁବମୋର୍ଚା ଓ ମହିଳା ମୋର୍ଚ୍ଚା ର କାର୍ଯ୍ୟକର୍ତା । ବ୍ୟାପକ ପୋଲିସ ମୁତୟନ ସତ୍ତ୍ୱେ କର୍ଡନ ଭାଙ୍ଗିବା ବେଳେ ପୋଲିସ ଓ ବିଜେପି କାର୍ଯ୍ୟକର୍ତା ଙ୍କ ମଧ୍ୟରେ ହେଲା ତୁ ତୁ ମେ ମେ । ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଅନୁଗୁଳ ଠାରେ । ସେପଟେ ବିକ୍ଷଭ କାରୀ ଙ୍କୁ ଆୟତ୍ତ କରିବାରେ ବିଫଳ ପୋଲିସ ପ୍ରଶାସନ ବାଧ୍ୟ ହୋଇ ସେମାନଙ୍କୁ କରିଛି ଗିରଫ । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ର ସଭାପତି ଇରାଶିଷ ଆଚାର୍ଯ୍ୟ , ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମାଲ ଙ୍କ ସମେତ ଜିଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ ଓ ଅଶୋକ ମହାନ୍ତି ଙ୍କ ସମେତ ବହୁ ସଂଖ୍ୟାରେ ଉଭୟ ଯୁବ ଓ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତା ଙ୍କୁ ଗିରଫ କରି ଦୀର୍ଘ ସମୟ ଧରି ଅଟକ ରଖିଥିଲା ପୋଲିସ ।
ଏହା ପୂର୍ବରୁ ଆଜି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବି ରେ କାର୍ଯ୍ୟକର୍ତା ମାନେ , ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । କ୍ୟାପଟେନ ଙ୍କ ବହିଷ୍କାର ଦାବିରେ ନାରାବାଜି ବି କରିଥିଲେ । ଆଉ ସେସରେ ଅନୁଗଳ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ହଜାର ହଜାର କାର୍ଯ୍ୟକର୍ତା ।
Also Read: ଉତ୍ତରପ୍ରଦେଶରୁ ଆସିଲା ଛାତିଥରା ଦୃଶ୍ୟ