Spread the love

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ୱ ଗ୍ରାମର ଚକବନ୍ଦୀ ରେକର୍ଡ ଉଚ୍ଛେଦ, ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଏବଂ ଚକପଟ୍ଟା ଉଚ୍ଛେଦ ପର୍ଯ୍ୟନ୍ତ ଜମି କିଣାବିକା ବନ୍ଦ ଦାବିରେ ·ଷୀ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟିର ବୈଠକ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ଆନେ୍ଦାଳନ ଯୋଗୁଁ ଆମ୍ଭ ୯୨ଟି ଗ୍ରାମର ସମସ୍ୟାକୁ ରାଜ୍ୟ ସରକାର, ବିଭିନ୍ନ ରାଜନୈତିକ ଦଳ ସର୍ବୋପରି ଜନସାଧାରଣଙ୍କୁ ଅବଗତ କରାଯାଇପାରିଛି । ଯାହାଫଳରେ କମିଟିର ଏକ ପ୍ରତିନିଧି ରାଜ୍ୟ ୫-ଟି ଅଧ୍ୟକ୍ଷ ଓଡିଶା ଭି.କେ. ପାଣ୍ଡିଆନଙ୍କୁ ସାକ୍ଷାତ କରି ଦାବି ଜଣାଯାଇଛି । ତତ୍ସହିତ ରାଜସ୍ୱ ମୁଖ୍ୟ ସଚିବଙ୍କୁ କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନ ଏବଂ ସଭ୍ୟ ଦୁର୍ଗାଚରଣ ପ୍ରଧାନ ସାକ୍ଷାତ କରି ଆଲୋଚନା କରିଥିଲେ । ଆଲୋଚନାରେ ରାଜସ୍ୱ ମୁଖ୍ୟ ସଚିବ ଆଲୋଚନା ସ୍ଥଳରୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଟେଲିଫୋନ୍ କରି ୯୨ଟି ଚକବନ୍ଦୀ ଗ୍ରାମରେ କିଣାବିକା ବନ୍ଦ କରିବା ପାଇଁ କହିଥିଲେ ।

ତତ୍ ସହିତ କର୍ମକର୍ତ୍ତାଙ୍କ ସହ ସଚିବ ପ୍ରତିଶ୍ରୁତି ଦେଇ କହିଥିଲେକି ୯୨ଟି ଗ୍ରାମରେ ଏସ୍.ଓ.ପି. ଜାରି କରି ଚକ ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିବାପରେ କର୍ମକର୍ତ୍ତା ଫେରିଆସି ·ଷୀ ସୁରକ୍ଷା କମିଟିରେ କହିଲାପରେ ଦୀର୍ଘ ୬୬ଦିନ ·ଲୁ ରହିଥିବା ଧାରାବାହିକ ଗଣ ଧାରଣାକୁ ସାମୂହିକ ପାଇଁ ସ୍ଥଗିତ ରଖାଯାଇଥିଲା । ହେଲେ ଆଜକୁ ଏକମାସ ହୋଇଗଲାପରେ ମଧ୍ୟ ସଚିବଙ୍କ ସହିତ ହୋଇଥିବା ଆଲୋଚନା ଅନୁଯାୟୀ କୌଣସି ପଦକ୍ଷେପ ନିଆଯାଇନାହିଁ । ଏପିରକି ପତ୍ର ମାଧ୍ୟମରେ ଅବଗତ କରାଯାଇନାହିଁ । ତେଣୁ ଆଜିର ଜରୁରୀ କାର୍ଯ୍ୟକାରୀ କମିଟିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତୁରନ୍ତ ·ଷୀ ସୁରକ୍ଷା କମିଟିର ଏକ ଦଣ ଜଣିଆ ଟିମ୍ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ରାଜ୍ୟର ରାଜସ୍ୱ ମୁଖ୍ୟ ସଚିବଙ୍କୁ ସାକ୍ଷାତ କରିବାକୁ ଆଲୋଚନା କରାଯ୍ଧବ ସ୍ଥିର କରାଯାଇଥିଲା । କମିଟିରେ ଅନ୍ୟ ଏକ ପ୍ରସଙ୍ଗ ଯାହାକି ୯୨ଟି ଚକବନ୍ଦୀ ଗ୍ରାମର ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି, ତାହା ଭ୍ରମାତ୍ମକ ଅଟେ ବୋଲି ଅଭିଯୋଗ କରିଛି । କାରଣ ୯୨ଟି ଚକବନ୍ଦୀ ଗ୍ରାମର କୌଣସି ପ୍ରଜା ଚକ ଦଖଲ କରିନାହାନ୍ତି । କିନ୍ତୁ ୨୦ରୁ ୪୫% ଚକ ଗ୍ରହଣ କରିଛନ୍ତି ବୋଲି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଯାହାକି ସତ୍ୱ ନୁହେଁ । ତେଣୁ ସାକ୍ଷାତ କରି ଏହି ବିଷୟ ଅବଗତ କରାଯିବ ବୋଲି ଆଜି କମିଟି ସ୍ଥିର କରିବା ସହ ଆନେ୍ଦାଳନକୁ ତୀବ୍ରତର କରିବାକୁ ଦୃଢ଼ ମତ ପୋଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *