ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ ଉପ ସଭାପତି ତଥା ମୁଖପାତ୍ର ଗୋଲଖ ମହାପାତ୍ର ଯୋଗଦେଇ ଅନୁଗୁଳ ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସେବା ଓ କଲ୍ୟାଣ କାରୀ ଯୋଜନା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ କୁ ନେଇ ଆସନ୍ତା ଫେବ୍ରୁଆରୀ ୯,୧୦,୧୧ ତିନି ଦିନ ବ୍ୟାପି ବିଜେପିର ଗ୍ରାମକୁ ଚାଲ ଅଭିଯାନ କରାଯିବ ବୋଲି ପ୍ରକାଶ କରିଥିଲେ।ଅନୁଗୁଳ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ର ୩୧ ଟି ମଣ୍ଡଳ ର ସମସ୍ତ ଗ୍ରାମକୁ ବିଜେପି କାର୍ଯ୍ୟକର୍ତା ମାନେ ଯାଇ ଘର ଘର ବୁଲି ଲୋକଙ୍କୁ ସଚେତନ କରାଇବେ ଏବଂ ମୋଦି ଗ୍ୟାରେଣ୍ଟି ର ତଥ୍ୟ ଦେବା ସହ ରାଜ୍ୟରେ ଚାଲିଥିବା ଫର୍ଜରି ମାହାଲ ମାଣ୍ଡା ପ୍ରୋ ସରକାର ବିଷୟରେ ଅବଗତ କରାଇବେ ବୋଲି ସେ କହିଛନ୍ତି।
ମୋଦି ସରକାରଙ୍କର ସମସ୍ତ ଯୋଜନା ଏବଂ ବିଶେଷ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଅନୁଗୁଳ ଜିଲ୍ଲାରେ ହୋଇଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟର ଏକ ସୂଚୀ କାର୍ଯ୍ୟକର୍ତା ମାନେ ଘରେ ଘରେ ପହଞ୍ଚାଇବେ ବୋଲି ସେ କହିଛନ୍ତି। ନରେନ୍ଦ୍ର ମୋଦି ସରକାର ୧୦ ବର୍ଷର ସେବା ସୁଶାସନ ଓ ଗରିବ କଲ୍ୟାଣ ରେ ଅନୁଗୁଳ ଜିଲ୍ଲା ସବୁଠୁ ବେଶି ଲାଭର୍ଣ୍ଣିତ ହୋଇଛି। ୬୦ ହଜାର କୋଟିରୁ ଊର୍ଦ୍ଧ୍ବ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ ହୋଇଛି।ଏହି ସମସ୍ତ କାର୍ଯ୍ୟ ର ସୂଚୀ ମୋଦି ଗ୍ୟାରେଣ୍ଟି କୁ ନେଇ ଜିଲ୍ଲାର ସବୁ ଘରକୁ ଯିବ ବିଜେପି ବୋଲି ରାଜ୍ୟ ଉପ ସଭାପତି ଗୋଳକ ମହାପାତ୍ର ପ୍ରକାଶ କରିଥିଲେ।ଜଳ ଜୀବନ ମିଶନ ରେ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଘରକୁ ପାଇପ ଯୋଗେ ପାଣି କନେକ୍ସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳରେ ୫୬୭୦ ଜଣଙ୍କୁ ଘର, ଗ୍ରାମାଞ୍ଚଳରେ ୫୬୭୭୧ ଟି ଘର ,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜିଲ୍ଲାରେ୯ଲକ୍ଷ ୬୦ ହଜାର ଲୋକଙ୍କୁ ମାସକୁ ୫ କେଜି ମାଗଣା ଚାଉଳ, ସ୍ୱଚ୍ଛ ଭାରତ ଯୋଜନାରେ ୨୪୯୪୫୭ ପରିବାର କୁ ଶୌଚାଳୟ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୧୬୧୪୩୬ ପରିବାର ଙ୍କୁ ମାଗଣା ଏଲପିଜି ଗ୍ୟାସ, ମନରେଗା ରେ ୭୦୦ କୋଟି ଟଙ୍କା ,ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୪୯ ଟି ରାସ୍ତା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୨୦୭୪୩୭ ଲୋକଙ୍କୁ ବୀମା ସୁରକ୍ଷା,ଏଭଳି ସମସ୍ତ ଯୋଜନା ରେ ଲାଭର୍ଥୀ ଙ୍କ ବିବରଣୀ ଏହି ପୁସ୍ତିକା ରେ ରହିଛି।
ତାଳଚେର ସାର କାରଖାନା ର ପୁନରୁଦ୍ଧାର ପାଇଁ ୧୩୦୦୦ କୋଟି, ଥର୍ମାଲ ପ୍ଲାଣ୍ଟ ପାଇଁ୧୦୦୦୦କୋଟି, କଟକ ସମ୍ବଲପୁର ଜାତୀୟ ରାଜପଥ,ତାଳଚେର ଡୁବୁରୀ ଜାତୀୟ ରାଜପଥ ସେହିଭଳି ଜିଲ୍ଲାର ସମସ୍ତ ଜାତୀୟ ରାଜପଥ କୁ ଚାରି ଲାଇନ ପାଇଁ ହଜାର ହଜାର କୋଟି ବ୍ୟୟ ବରାଦ, ଅନୁଗୁଳ ସୁକିନ୍ଦା ନୂତନ ରେଳ ଲାଇନ ,ତାଳଚେର ବିମଳାଗଡ଼ ନୂଆଁ ରେଳ ଲାଇନ ପାଇଁ ପ୍ରଚୁର ଅର୍ଥ ଏଭଳି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ମୋଦି ସରକାର ଙ୍କ ର ଗ୍ୟାରେଣ୍ଟି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।ଜିଲ୍ଲା ରେ ମୋଦି ସରକାର ଡିଏମ ଏଫ ଫଣ୍ଡ ଗଠନ କରି ବାର୍ଷିକ୧୦୦୦ କୋଟି ରୁ ଉର୍ଦ୍ଧ୍ବ ଜିଲ୍ଲା ର ବିକାଶ ପାଇଁ ଦେଇଛନ୍ତି।ସମସ୍ତ ତଥ୍ୟ କୁ ନେଇ ବିଜେପି କାର୍ଯ୍ୟକର୍ତା ମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ବୋଲି ସେ କହିଛନ୍ତି।ଆଜି ର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦି ସାମଲ, ଯୋଗଦେଇ ୨୦୨୪ ର ବଜେଟ ସମ୍ପର୍କରେ ସୂଚନା ଦେଇ ଏହି ବଜେଟ କୃଷକ, ଗରିବ, ଯୁବକ, ମହିଳା ଙ୍କ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି ଏବଂ ସାମଗ୍ରିକ ବିକାଶ ପାଇଁ ବିକଶିତ ଭାରତ ପାଇଁ ଏ ବଜେଟ ରେ ସବୁ କ୍ଷେତ୍ରରେ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ,ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର ପ୍ରମୁଖ ବିଭିନ୍ନ ସାଙ୍ଗଠନିକ ଦିଗ ଉପରେ ଆଲୋକପାତ କରିଥିଲେ।ଗାଁ କୁ ଚାଲ ଅଭିଯାନ ର ଜିଲ୍ଲା ସଂଯୋଜକ ଅଜିତ ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ସମସ୍ତ ମଣ୍ଡଳ ସଭାପତି, ପ୍ରଭାରୀ ଓ ଜିଲ୍ଲା ପଦାଧିକାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।